ବୁଲୁଛି ମହାବଳ ବାଘ, ଅଟେଇ ଜଙ୍ଗଲରେ ପ୍ରବେଶ ନକରିବାକୁ ଲୋକଙ୍କୁ ସଚେତନ କଲା ବନ ବିଭାଗ

Published By : Prameya-News7 Bureau | July 21, 2023 IST

ପାଟଣା ୭: କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରକୁ ଲୋକଙ୍କୁ ଯିବାକୁ ବାରଣ କଲା ବନ ବିଭାଗ । ବନ୍ୟପ୍ରାଣୀ ଆକ୍ରମଣରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଜଙ୍ଗଲ ଭିରରକୁ ଯିବାକୁ ବାରଣ କରିବା ସହ ସଚେତନ କରିଛି ବନ ବିଭାଗ । ଲୋକଙ୍କୁ ଜଙ୍ଗଲ  ଭିତରକୁ  ନଯିବା  ପାଇଁ ପରାମର୍ଶ  ଦେବା ସହ  ଦୁଃଖା ବାହାଳୀ, ମେଲାଣ, ବାଇଗଣ ପାଳ, ମୁର୍ଗା ପାହାଡି ଆଦି ଗ୍ରାମରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିଛି l

{"id":820117,"width":739,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୨ ତାରିଖରେ ପାଟଣା ରେଞ୍ଜ ରୋହଣିଦୁମା ଅଟେଇ ସଂରକ୍ଷିତ ନିକଟରେ ଏକ ବାରହାର ଗଳିତ ମୃତଦେହ ଠାବ କରିଥିଲା ବନ ବିଭାଗ । ମୃତଦେହ ନିକଟରୁ ୪ରୁ ଉର୍ଦ୍ଧ୍ବ ପାଦ ଚିହ୍ନ ଠାବ  ହୋଇଥିଲା । ପାଦ ଚିହ୍ନ ଉପରେ ପ୍ଲାଷ୍ଟର ଅଫ ପ୍ୟାରିସ ଦେଇ ଛାପ ସଂଗ୍ରହ କରିବା ସହ ଟ୍ରାପ କ୍ୟାମେରା ଲଗାଇଥିଲା ବନ ବିଭାଗ । ଟ୍ରାପ କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଥିଲା l ମହାବଳ ବାଘ ପଡୋଶୀ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଆସି ପାଟଣା ଓ ଘଟଗାଁ  ରେଞ୍ଜରେ ବୁଲୁଥିବାରୁ  ଡକାବାଜି ଯନ୍ତ୍ର ଦ୍ୱାରା ଘଟଗାଁ ରେଞ୍ଜର ଦୁଃଖା ବାହାଳୀ, ମେଲାଣ, ବାଇଗଣ ପାଳ ଓ ମୁର୍ଗା ପାହାଡି ଆଦି ଗ୍ରାମରେ ସଚେତନ କରାଇଛି ବନ ବିଭାଗ l

You Can Read :

wp:embed {"url":"https://www.prameyanews7.com/youth-injured-in-electric-shock-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-injured-in-electric-shock-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.