ବନ ବିଭାଗ ଚଢ଼ଉ: ଦୁଇ ଶିକାରୀ ଗିରଫ, ବନ୍ଧୁକ ଜବତ
6/01/2023 at 3:21 PM

ସମ୍ୱଲପୁର ୦୬/୦୧: ସମ୍ବଲପୁର ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀ ଗିରଫ। ଏହା ସହିତ ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ବନ୍ଧୁକ, ମୁଲ୍ୟବାନ କାଠ, ଜେଇ ତାର ମଧ୍ୟ ଜବତ କରିଛି ବନ ବିଭାଗ। ଅଭିଯୁକ୍ତଙ୍କ ପରିଚୟ ଜନାର୍ଦ୍ଦନ ଚାନାର ଓ ଚାରୁଆ ଓରାମ। ଗତକାଲି ଜୁଜୁମୁରା ପୋଲିସ ଓ ସମ୍ବଲପୁର ବନ ବିଭାଗ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇ ଜୁଜୁମୁରା ରେଞ୍ଜ ଲଦଲଦି ଗ୍ରାମ୍ୟ ଜଙ୍ଗଲରେ ଚଢାଉ କରିଥିଲେ। ଗିରଫ ଶୀକାରିଙ୍କ ନାଁରେ ବନ୍ୟଜନ୍ତୁ ସୁରକ୍ଷା ଆର୍ମସ ଆକ୍ଟ ଓ ଫରେଷ୍ଟ ଆକ୍ଟ ଧାରାରେ ମାମଲା ରୁଜୁ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023