ବନ ବିଭାଗ ଚଢ଼ଉ: ଚୋରା କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ଗିରଫ
28/01/2023 at 4:38 PM

ନୀଳଗିରି ୨୮/୦୧: ବେଆଇନ କାଠ ବୋଝେଇ ପିକଅପ ଭ୍ୟାନ୍କୁ ଜବତ କଲା ବନବିଭାଗ। ଏହି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ହେବା ସହିତ ୭୧ ସିଫ୍ଟ ସିମିଳି କାଠ ଜବତ ହୋଇଛି। ଏପରି ଘଟଣା ନୀଳିଗିରି ଉପଖଣ୍ଡ ଅଧୀନ ବଣସୀମା ଅଞ୍ଚଳରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ଶନିବାର ବଣସୀମାର ଚୋରା କାଠ ବୋଝେଇ ହେଉଥିବା ଖବର ପାଇଥିଲେ ନୀଳଗିରି ରେଞ୍ଜର ଆଇସା ଏ ନିଶା ।ପରେ ଏସିଏଫ ଦିଗନ୍ତ ଚାନ୍ଦଙ୍କ ନିର୍ଦ୍ଦେଶରେ ରେଞ୍ଜର ଅନ୍ୟ ବନ କର୍ମଚାରୀଙ୍କୁ ଚଢ଼ଉ କରିଥିଲେ। ଗାଡ଼ିଟିକୁ ଗୋହିରା ଅଞ୍ଚଳରୁ ପିଛା କରି ନୀଳଗିରି ଘାଟଘରସାହି ପାନବରଜ ଅଞ୍ଚଳରେ ଜବତ କରିଥିଲା ବନ ବିଭାଗ ଟିମ୍।

ଜବତ ହୋଇଥିବା ପିକଅପ ଭ୍ୟାନ୍ରୁ ୭୧ ସିଫ୍ଟ ସିମିଳି କାଠ ଜବତ ହେବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପରିଚୟ ରାଜୁ ସିଂ ଓ ରଞ୍ଜିତ ସିଂ। ସେମାନେ କାହାଳିଆ ଅଞ୍ଚଳର ବାସିନ୍ଦା। ଘଟଣାସ୍ଥଳରୁ ପ୍ରକୃତ ମାଲିକ ଫେରାର ହୋଇଯାଇଛି। ଖସିଯିବାରେ ସଫଳ ହୋଇଥିବା ଜଣାପଡିଛି। ଏନେଇ ନୀଳଗିରି ରେଞ୍ଜ୍ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ କହିଛି।