ବନ ବିଭାଗ ଚଢ଼ଉ: ୫୦ ସିଫ୍ଟ ମୂଲ୍ୟବାନ କାଠ ଜବତ
5/01/2023 at 11:33 PM

ନୀଳଗିରି ୦୫/୦୧ : ଆକ୍ସନ ମୋଡ୍ରେ ନୀଳଗିରି ରେଞ୍ଜର ଆଇସା ଏ ନିଶା। ସେ ଗୁରୁବାର ରେମୁଣା କାସିମପୁରରେ ନୀଳଗିରି ବନ କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରି ଆତର୍କିତ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ଘଟଣା ସ୍ଥଳରୁ ୫୦ ସିଫ୍ଟ ମୂଲ୍ୟବାନ କାଠ ଜବତ କରାଯାଇଛି। ଦିନକୁ ଦିନ ରେମୁଣା ଓ ଆଖପାଖ ଅଞ୍ଚଳରେ ଚୋରା କାଠ କାରବାର ବଢ଼ୁଥିବା ବେଳେ ବେଆଇନ କରତକଳ ଚାଲିଛି।
ରେମୁଣା କାଶିମପୁରରେ ଲିମ୍ବ, ଶାଳ, ଗମ୍ଭାରି ଗଣ୍ଡି ପଡ଼ିଥିବା ନୀଳଗିରି ରେଞ୍ଜର୍ ବିଶେଷ ସୂତ୍ରରୁ ଖବର ପାଇଥିଲେ। ହଠାତ ସେ ଯୋଜନାବଦ୍ଧ ଭାବେ ଚଢ଼ଉ କରି କାଠ ଗୁଡିକ ଜବତ କରିବା ସହ କୋପରେସନକୁ ହସ୍ତାନ୍ତର କରିଛନ୍ତି। ଏହି ଚଢ଼ଉରେ ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନ, ଗାର୍ଡ କବିତା ମହାକୁଡ଼, ସୁଲୋଚନା ବେହେରା, ମନୋରଞ୍ଜନ ସିଂ ଓ ସବୁଜବାହିନୀ ସାମିଲ ଥିଲେ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023