ଭାଲୁ ଆକ୍ରମଣରେ ଯାଇଥିଲା ଜୀବନ, ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲା ବନ ବିଭାଗ

Published By : Prameya-News7 Bureau | August 23, 2022 IST

ଫୁଲବାଣୀ ୨୩/୦୮: ବାଲିଗୁଡା ଥାନା ଵାଟlଗୁଡ଼ା ଅଂଚଳରେ ଭାଲୁ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ବନବିଭାଗ ଆର୍ଥିକ ସହାୟତା ପ୍ରଦାନ କରିଛି । ତୁମୁଡିବନ୍ଧ ବନ ବିଭାଗ ରେଞ୍ଜର ଲଳିତ କୁମାର ନାୟକ ମୃତକଙ୍କ ଘରେ ପହଂଚି ସମବେଦନା ଜଣାଇବା ସହ ପ୍ରଥମ ପର୍ଯ୍ୟାୟରେ ଦଶ ହଜାର ଟଙ୍କା ଓ ଗାଡି ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରିଥିଲେ l ସେହିପରି ସରକାର ଯୋଗାଇଦେଉଥିବା ଚାରି ଲକ୍ଷ ଟଙ୍କା ଅତିଶୀଘ୍ର ମୃତକଙ୍କ ପରିବାରକୁ ଯୋଗାଇଦେବାକୁ ପ୍ରକ୍ରିୟା ସରିଛି ଓ ଅତିଶୀଘ୍ର ସହାୟତା ରାଶି ଯୋଗାଇଦିଆଯିବ ବୋଲି ରେଞ୍ଜର ନାୟକ କହିଛନ୍ତି l ଆହତମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ମଧ୍ୟ କିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଞ୍ଜର ନାୟକ l

ସୂଚନା ଯୋଗ୍ୟ ଯେ, ସୋମବାର ବlଞ୍ଚା ମଲିକ, ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବା ବେଳେ
ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l ଫଳରେ ସ୍ତ୍ରୀ ବୁଡାଳି ମଲିକଙ୍କର ମୃତ୍ୟୁ ଘଟିଥିଲା l ଏମାନଙ୍କ ଘର ଵାଟଗୁଡ଼ା ନିକଟ
ଟଙ୍ଗମ ଗ୍ରାମରେ । ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଆଜି ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ଵାଟlଗୁଡ଼ା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବlସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.