ଭିଜିଲାନ୍ସ ପଞ୍ଝାରେ ଜୁନିୟର ଆକାଉଣ୍ଟାଣ୍ଟ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

Published By : Prameya-News7 Bureau | May 31, 2023 IST

ନୂଆପଡା ୩୧।୫: ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସର ଜୁନିୟର ଆକାଉଣ୍ଟାଣ୍ଟ । ଜୁନିୟର ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟାଣ୍ଟଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ଜୁନିୟର ଆକାଉଣ୍ଟାଣ୍ଟ ଜଣଙ୍କ ଜଣେ ଅବସରପ୍ରାପ୍ତ କର୍ମଚାରୀ ମନୋଜ କୈବର୍ତ୍ତଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ । ପରେ ମନୋଜ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ବୁଧବାର ଯୋଜନାବଦ୍ଧ ଭାବରେ ଲାଞ୍ଚ ଦେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।

You Can Read :

wp:embed {"url":"https://www.prameyanews7.com/kanalre-budi-2-brother-mruta/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kanalre-budi-2-brother-mruta/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.