Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଶିକାର କରି ସେଲ୍ଫି ନେବା ପଡ଼ିଲା ମହଙ୍ଗା, ମୋବାଇଲ୍‌ରେ ଫଟୋ ଦେଖି ୩ ଶିକାରୀକୁ ଗିରଫ କଲା ବନ ବିଭାଗ

20/10/2022 at 4:40 PM

ନୟାଗଡ, ୨୦/୧୦: ଶିକାର କରି ଫଟୋ ଉଠାଇବା ପଡିଲା ମହଙ୍ଗା । ତିନିଜଣ ଶିକାରୀକୁ ଗିରଫ କଲା ନୟାଗଡ ଜିଲ୍ଲା ପଞ୍ଚରିଡା ବନବିଭାଗ । ଗିରଫ ଶିକାରୀ ପାଣିଭଣ୍ଡାର ଅଞ୍ଚଳର ରାଜୀବ ନାୟକ, ସୁନିଲ୍ ନାୟକ ଏବଂ ଗଣେଶ ସ୍ବାଇଁ ବୋଲି ଜଣାପଡ଼ିଛି । ଗତ ଦୁଇଦିନ ତଳେ ବନବିଭାଗର ରାତି ପାଟ୍ରୋଲିଂ ଚାଲିଥିବାବଳେ  ପଞ୍ଚରିଡା ରେଞ୍ଜ ଅନ୍ତର୍ଗତ ବାଣିଝରୀ ପି.ଆର୍.ଏଫ୍. ନିକଟରେ ସନ୍ଦେହରେ ତିନିଜଣଙ୍କୁ  ଧରିଥିଲା ବନବିଭାଗ । ସେମାନଙ୍କ ନିକଟରୁ  ଶିକାର ପାଇଁ ବ୍ୟବହୃତ କିଛି ତାର ଜବତ କରିଥିଲା ବନବିଭାଗ । ଅଟକମାନଙ୍କୁ ପଚରାଉଚରା ଏବଂ ଛାନଭିନ୍ ପରେ ଜଣେ ଅଭିଯୁକ୍ତଙ୍କ ମୋବାଇଲରୁ ଶିକାର ପରେ ଗୋଟିଏ ସମ୍ବର ଛୁଆ ସହିତ ସେଲଫି ନେଇଥିବା ଫଟୋ ଏବଂ ବନ୍ଧୁକ ଧରିଥିବା ଏକ ଫଟୋ ମିଳିଥିଲା । ଯେଉଁ ଫଟୋ ଭାଇରାଲ୍ ହୋଇଛି ।

ଗତ ଅଗଷ୍ଟ ମାସରେ ସମାନ ଅଞ୍ଚଳରେ ବାଘ ଶିକାର କରି ତା ସହିତ ସେଲଫି ନେଇଥିବା ଫଟୋ ଭାଇରାଲ୍ ହେବା ପରେ ବନବିଭାଗ ଜଣଙ୍କୁ ଗିରଫ କରିଥିଲା । ଏବେ ପୁଣି ଏହି ଘଟଣା ଜଣାପଡିବା ପରେ ଏଠାକାର ଘଞ୍ଚ ଜଙ୍ଗଲରେ ବନ୍ୟ ଜୁନ୍ତୁ ଶିକାରୀ ସକ୍ରୀୟ ଥିବା ସ୍ପଷ୍ଟ ହୋଇଛି । ନୟାଗଡର ବିଭିନ୍ନ ଘଞ୍ଚ ଜଙ୍ଗଲରେ ବହୁ ବନ୍ୟଜନ୍ତୁ ରହୁଥିବାରୁ ଏଠାରେ ଶିକାରୀ ସକ୍ରୀୟ ଥିବା ସ୍ବୀକାର କରିଛନ୍ତି ଡିଏଫ୍ଓ । ତବେ ଶିକାର ରୋକିବା ସହିତ ଶିକାରୀଙ୍କୁ ଧରିବାକୁ ବନବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦଶ ଦିଆଯାଇଥିବା କହିଛନ୍ତି ଡିଏଫ୍‌ଓ ।     

   Related Posts