Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା

13/09/2023 at 10:13 AM

କାଶ୍ମୀର ୧୩/୦୯: ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ ହୋଇଗଲା । ଆମେ କହୁଛୁ କୁକୁର କେଣ୍ଟ କଥା । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା ଏହି କୁକୁର । ସୂଚନା ଥାଉକି, ଜମ୍ମୁ କାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଖବର ମିଳିବା ପରେ ଗତକାଲି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।

ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଆତଙ୍କବାଦୀ । ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ୩ଜଣ ଯବାନ ଆହତ ହୋଇଛନ୍ତି । ସବୁଠୁ ଦୁଃଖଦ କଥା ଏହି ଅପରେସନରେ ସାମିଲ ଥିବା ଏକ କୁକୁର ‘କେଣ୍ଟି’ ସହିଦ ହୋଇଯାଇଛି । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ୍ ହୋଇଯାଇଛି ।

ଜାମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ବି ନିପାତ ହୋଇଛି । କଲାକୋଟର ଦୁର୍ଗମ ନାର୍ଲା ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ । ଏନକାଉଣ୍ଟର ବେଳେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏହି ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ଅପରେସନ ସମୟରେ ୨୧-ଆର୍ମି ଡଗ୍ ୟୁନିଟରେ ଥିବା ଭାରତୀୟ ସେନାର କୁକୁର କେଣ୍ଟ ଦେଶପାଇଁ ପ୍ରାଣବଳୀ ଦେଇଛି । ଅପରେସନ ବେଳେ ଘଟଣାସ୍ଥଳରୁ ପଳାୟନ କରୁଥିବା ଆତଙ୍କବାଦୀଙ୍କୁ ଧରିବାରେ ଏହି ୬ ବର୍ଷର ଲାବ୍ରାଡର କୁକୁର ଯବାନଙ୍କୁ ସହାୟତା କରୁଥିଲା । ଆତଙ୍କବାଦୀ ତାକୁ ଗୁଳି ମାରିଦେଇଛନ୍ତି ।

ଶୁକ୍ରବାର ରାଜୌରୀ ଜିଲ୍ଲାର ଏକ ଦୁର୍ଗମ ଗାଁରେ ଆତଙ୍କବାଦୀମାନେ ଚଢ଼ାଉ କରିବାକୁ ଯାଇଥିବା ସୂଚନା ପାଇ ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ଯାଇଥିଲେ। ସେହିଦିନଠୁ ଚାଲିଥିଲା ସର୍ଚ୍ଚ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କୀ ଗୁଳି ଚଳାଇବା ପରେ ଅପରେସନକୁ ଜୋରଦାର କରାଯାଇଥିଲା ।

   Related Posts