ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନିର୍ଭୟା କେସ୍: ଦେଶରେ ପ୍ରଥମ ଥର ହୋଇଥିଲା ଦାନ୍ତର ଫରେନ୍ସିକ ଯାଞ୍ଚ, ଅଧିକାରୀ ପଢିଥିଲେ ବାହାର ଦେଶର ୩୦୦ କେସ୍

21/03/2020 at 5:08 PM

ନୂଆଦିଲ୍ଲୀ ୨୧।୦୩: ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀରେ ଝୁଲା ଯାଇଛି। ସାତ ବର୍ଷ ଧରି ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ପରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଦୋଷୀଙ୍କୁ ଫାଶୀର ଫନ୍ଦା ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସବୁଠୁ ମହତ୍ଵପୂର୍ଣ୍ଣ ଭୂମିକା ଦାନ୍ତର ଫରେନ୍ସିକ(ଫରେନ୍ସିକ ଡେଣ୍ଟିଷ୍ଟ୍ରି) ଯାଞ୍ଚ ରହିଛି। ଭାରତରେ କୌଣସି ବି ଅପରାଧୀଙ୍କୁ ଧରିବା ଲାଗି ପ୍ରଥମ ଥର ଏହି ଯାଞ୍ଚର ପ୍ରୟୋଗ ନିର୍ଭୟା ମାମଲାରେ କରାଯାଇଥିଲା।

ରୁଦ୍ଧ ଦ୍ଵାରରେ ବୈଠକ

ଏହି କେସ୍‌ରେ ଜଡିତ ଅଫିସର କହିଛନ୍ତି ଯେ, ଡିସେମ୍ବର ୧୭ ରାତି ଅର୍ଥାତ ଘଟଣାର ପରବର୍ତ୍ତୀ ଦିନ ଦିଲ୍ଲୀ ପୋଲିସର ତତ୍କାଳୀନ ଯୁଗ୍ମ କମିଶନର ବିବେକ ଗୋଗିଆ, ଇନ୍ସପେକ୍ଟର ରାଜେନ୍ଦ୍ର ସିଂହ, ବସନ୍ତ ବିହାର ଇନ୍ସପେକ୍ଟର ଅନିଲ ଶର୍ମା, ଏସବୀର, ନିରଜ ଚୌଧୁରୀ ଓ ନିର୍ଭୟାର ମୃତ୍ୟୁ ପୂର୍ବରୁ ଆଇଓ ପ୍ରତିଭା ଶର୍ମା ଉପସ୍ଥିତ ଥିଲେ। ଏହି କେସର ଯାଞ୍ଚ ନେଇ ରୁଦ୍ଧ ଦ୍ଵାର ବୈଠକ  ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତତ୍କାଳୀନ ପୋଲିସ କମିଶନର ନିରଜ କୁମାର ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି କେସରେ ଏମିତି ପ୍ରମାଣ ଯୋଗାଡ କର ଯାହା ଭବିଷ୍ୟତରେ ଅନ୍ୟ କେସ୍ ପାଇଁ ଉଦାହରଣ ପାଲଟିବ।

୩୦୦ କେସ୍ ଅଧ୍ୟୟନ କଲେ ଏସଏଚଓ

ଏହି କେସ୍‌ର ତଦନ୍ତ ଅଧିକାରୀ ବସନ୍ତ  ବିହାରର ଥାନା ପ୍ରଭାରୀ ଅନିଲ୍ ଶର୍ମା ଅଲଗା ଅଲଗା ଦେଶର ପ୍ରାୟ ୩୦୦ରୁ ଅଧିକ କେସ୍ ଅନୁଧ୍ୟାନ କରିଥିଲେ। ଏହା ସହିତ ସେଥିରୁ ସେ ସଂଗ୍ରହ କରିଥିବା ସମସ୍ତ ତଥ୍ୟ ପ୍ରମାଣ ଉପରେ କାମ କରିଥିଲେ। ଏହା ପରେ ଶର୍ମାଙ୍କ ସାକ୍ଷାତ ଜଣେ ଦନ୍ତ ବିଶେଷଜ୍ଞଙ୍କ ସହ ହୋଇଥିଲା। ଏହା ପରେ ପୂରା ମାମଲାର ଯାଞ୍ଚ ଫରେନ୍ସିକ ଡେଣ୍ଟିଷ୍ଟ୍ରି ମାଧ୍ୟମରେ କରାଯାଇଥିଲା।

ଦାନ୍ତ ବିଶେଷଜ୍ଞ ଦେଇଥିଲେ ଆଇଡିଆ

ପୋଲିସଙ୍କୁ ଏହି ମାମଲାରେ ଫରେନ୍ସିକ ଡେଣ୍ଟିଷ୍ଟ୍ରିର ଯାଞ୍ଚ କରାଇବାର ଆଇଡିଆ ଜଣେ ପ୍ରସିଦ୍ଧ ଦନ୍ତ ବିଶେଷଜ୍ଞ ଦେଇଥିଲେ। ବିଶେଷଜ୍ଞଙ୍କ କହିବା କ୍ରମେ ନିର୍ଭୟାଙ୍କ ଶରୀରରେ ଥିବା ଦାନ୍ତ ଚିହ୍ନର ଫଟୋ ଓ ଧରା ପଡିଥିବା ଦୋଷୀଙ୍କ ଦାନ୍ତର ଚିହ୍ନ ମିଳା ଯାଇଥିଲା। ଏହା ବ୍ୟତୀତ ସମସ୍ତ ଦୋଷୀଙ୍କ ଦାନ୍ତର ଆକୃତି ଯାଞ୍ଚ ପାଇଁ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ଦାନ୍ତର ପାଟିହାଡ ତିଆରି କରାଯାଇଥିଲା। ବିଶେଷଜ୍ଞ ନିଜର ପୂରା ରିପୋର୍ଟ ପାଞ୍ଚ ଦିନରେ ପୋଲିସକୁ ଦେଇଥିଲେ। ତାଙ୍କର ଏହି ରିପୋର୍ଟରେ ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଅପରାଧୀଙ୍କ ଦାନ୍ତର ଚିହ୍ନ ନିର୍ଭୟା ଶରୀରରୁ ମିଳିଥିବା ଚିହ୍ନ ସହିତ ମେଳ ଖାଇଥିଲା। ଏହି ଦୁଇ ଅପରାଧୀ ଥିଲେ ବିନୟ ଓ ଅକ୍ଷୟ।

ଦିଲ୍ଲୀ ପୋଲିସ ନିର୍ଭୟା ମାମଲାରେ ବିଦେଶରେ ଥିବା ସାକ୍ଷୀଙ୍କ ବୟାନକୁ ଭିଡିଓ କନଫରେନ୍ସି ଜରିଆରେ ରେକର୍ଡ କରିଥିଲା। ଉଲ୍ଲେଖଯୋଗ୍ୟ, ସିଙ୍ଗାପୁରରେ ନିର୍ଭୟାଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା। ଏହି କାରଣରୁ ସେଠାରେ ଥିବା ଡାକ୍ତରଙ୍କ ବୟାନକୁ ସାକ୍ଷୀ ରୂପେ ପୋଲିସକୁ ଆବଶ୍ୟକ ଥିଲା।

   Related Posts