ଚମକ ହରାଉଛି ହଂକଂ, ଦେଶ ଛାଡୁଛନ୍ତି ବିଦେଶୀ, ଚୀନ ପାଲଟୁଥିବା ଅଭିଯୋଗ

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ: ହଂକଂ ଦିନେ ବିଦେଶୀଙ୍କ ପାଇଁ ମନ ପସନ୍ଦର ସ୍ଥାନ ଥିଲା। ଏଠାରେ କାମ କରିବା ସହ ରହିବା ପାଇଁ ବିଦେଶୀଙ୍କ ପସନ୍ଦର ପ୍ରଥମ ସ୍ଥାନ। କିନ୍ତୁ ଏବେ ହଂକଂ ନିଜର ଚମକ ହରାଉଛି। ସହରର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୨ର ପ୍ରଥମାର୍ଦ୍ଧରେ ସହରର ମୋଟ ଜନସଂଖ୍ୟା ୧,୧୦,୦୦୦ ହ୍ରାସ ପାଇଛି। ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣ ଅଧିକ।

ହଂକଂ ଛାଡ଼ୁଥିବା ହଜାର ହଜାର ଲୋକଙ୍କ କହିବା ଅନୁସାରେ, ଏହା ଦିନେ ତାଙ୍କ ମନ ପସନ୍ଦର ସ୍ଥାନ ଥିଲା, କିନ୍ତୁ ଏବେ ଏହା ଚୀନର ମୂଳ ଭୂମିରେ ପରିବର୍ତ୍ତନ ହେଉଛି। ଏହାସହ ଓମିକ୍ରନ ବ୍ୟାପିବା ସମୟରେ ସରକାରଙ୍କ ବେପରୁଆ ନୀତି ଲୋକଙ୍କ ଜୀବନକୁ ବିପଦରେ ପକାଇଥିଲା।

କରୋନାର ପ୍ରଥମ ଦୁଇ ଲହରରେ ହଂକଂ କଠୋର ଲକଡାଉନର ସାମନା କରି ନଥିଲା। କିନ୍ତୁ ଓମିକ୍ରନ ସ୍ଥିତି ବିଗାଡି ଦେଇଥିଲା। ଏଠାରେ ଫେବ୍ରୁଆରୀ ଗୋଟିଏ ଦିନରେ ପ୍ରାୟ ୭୫,୦୦୦ ମାମଲା ଚିହ୍ନଟ ହୋଇଥିଲା। ପରେ କଟକଣାକୁ କଡାକଡି କରାଯାଇଥିଲା। ଦୁଇ ଜଣରୁ ଅଧିକ ଲୋକଙ୍କ ଗୋଟିଏ ସ୍ଥାନରେ ଏକତ୍ର ହେବା ଉପରେ କଟକଣା ଜାରି କରାଯାଇଥିଲା।

ଚୀନକୁ ଅନୁସରଣ କରି ହଂକଂ କଟକଣାକୁ ଅଧିକ କଠୋର କରିଥିବା ଅଭିଯୋଗ ହୋଇଥିଲା । ଚୀନକୁ ଦେଖି ହଂକଂ ମଧ୍ୟ କୋଭିଡ ପୀଡିତଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଠାରୁ ଅଲଗା କରି ରଖୁଥିଲ। ଏପରିକି ବୟସ୍କ ଏବଂ ପିଲାମାନଙ୍କୁ ମଧ୍ୟ ସେମାନଙ୍କ ପରିବାର ଠାରୁ ଅଲଗା କରାଯାଇଥିଲା। ଏହି ଘଟଣାକ୍ରମ ଗୁଡିକ ଯୋଗୁଁ ହଂକଂ ନିଜ ପୁରୁଣା ଚମକ ହରାଇଛି ଏବଂ ସେଠାରେ ଥିବା ବିଦେଶୀମାନେ ଦେଶ ଛାଡୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.