ଭିନ୍ନ ଅନ୍ଦାଜରେ ହନୁମାନ ଚାଳିସା ଗାଇଲେ ବିଦେଶିନୀ, ୫ ମିନିଟ୍‌ରେ ଭାଇରାଲ୍ ହେଲା ଭିଡିଓ…

Published By : Prameya-News7 Bureau | November 16, 2021 IST

ନୂଆଦିଲ୍ଲୀ ୧୬/୧୧: ଆଜିକାଲି ଭାରତରେ ସନାତନ ଧର୍ମକୁ ନେଇ ବିତର୍କ ଚାଲିଛି। ଲୋକମାନେ ହିନ୍ଦୁ ଧର୍ମକୁ ନେଇ ଅନେକ ଆଲୋଚନା କରୁଥିବା ଦେଖାଯାଉଛି। ଯଦିଓ ଭାରତରେ ଏହି ଧର୍ମ ବିଷୟରେ ଲୋକମାନେ ବିତର୍କ କରୁଛନ୍ତି, କିନ୍ତୁ ଏହାକୁ ବିଦେଶୀ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ଜଣେ ବିଦେଶୀ ଝିଅ ହନୁମାନ ଚଳିସା ପାଠ କରୁଥିବାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବିଦେଶିନୀ ଜଣଙ୍କ ନିଆରା ଢଙ୍ଗରେ ହନୁମାନ ଚାଳିସା ପାଠ କରୁଥିବାର ଦେଖିବାକୁ ମିଳିଛି। ଭିଡିଓ ଦେଖିବା ପରେ ଲୋକଙ୍କ ମୁଡ୍ ଫ୍ରେସ୍ ହୋଇଯାଉଛି।

wp:html
/wp:html

ଏହି ପାଞ୍ଚ ମିନିଟର ଭିଡିଓରେ ଦେଖା ଯାଇଛି, ଜଣେ ଝିଅ ଗିଟାର ଧରି ହନୁମାନ ଚାଳିସା ଗାଉଛନ୍ତି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଥର ସେୟାର କରାଯାଇଛି। ଇନଷ୍ଟାଗ୍ରାମ ହେଉ ବା ଫେସବୁକ୍, ଏହି ଭିଡିଓ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.