କୋଣାର୍କ ରାମଚଣ୍ଡୀରେ ବିଦେଶୀ ପାଳନ କଲେ ଦୀପାବଳି

Published By : Prameya-News7 Bureau | November 07, 2018 IST

ପୁରୀ ୭|୧୧:   ବିଦେଶୀ ପାଳିଲେ ହୀପାବଳି। ଆଲୋକର ପର୍ବ ଦୀପାବଳିକୁ ବିଦେଶୀମାନେ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ଆଉ ପରିବେଶ ଏବଂ ଜୀବଜଗତ ପ୍ରତି ଧ୍ୟାନ ଦେଇ ନିରାପଦ ଦୀପାବଳି ମନାଇବାକୁ ବାର୍ତ୍ତା ଦେଇଛନ୍ତି । ଦୀପ ଜାଳିବା ସହ କାଉଁରିଆ କାଠି ଜାଳି ବଡ଼ ବଡୁଆଙ୍କୁ ଡାକିଛନ୍ତି । ଏହା କୋଣାର୍କ ରାମଚଣ୍ଡୀ ସ୍ଥିତ ଲୋଟସ୍ ରିସର୍ଟରେ ଦେଖିବାକୁ ମିଳିଥିଲା । ଭାରତୀୟ ସଂସ୍କୃତି ଓ ପରମ୍ପରାର ଛାପ ବହନ କରୁଥିବା ଆଲୋକର ପର୍ବ ଦୀପାବଳିକୁ ବିଦେଶୀ ପର୍ଯ୍ୟଟକମାନେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ଦୀପ ଏବଂ କାଉଁରିଆ କାଠି ଜାଳି, ବିଦେଶୀ ପର୍ଯ୍ୟଟକମାନେ ଦିୱାଲୀ ମନାଇଥିଲେ ମଧ୍ୟ, କୌଣସି ପ୍ରକାର ବାଣ ବ୍ୟବହାର କରି ନାହାନ୍ତି । ଶବ୍ଦ ଏବଂ ପରିବେଶ ପ୍ରଦୂଷଣଠାରୁ ସେମାନେ ଦୂରେଇ ରହିଛନ୍ତି । ଆଉ ଅନ୍ୟମାନଙ୍କୁ ମଧ୍ୟ ସେହି ବାର୍ତ୍ତା ଦେଇଛନ୍ତି । ଏହି ବିଦେଶୀମାନେ ମୁଖ୍ୟତଃ ଭାରତୀୟ ପର୍ବ ହୋଲି ଏବଂ ଦୀପାବଳି ପାଳିବାକୁ ପ୍ରତିବର୍ଷ ଭାରତ ଆସିଥାନ୍ତି । ଦିୱାଲୀ ସହ ଭାରତୀୟ ମିଠାର ମଜା ଉଠାଇଛନ୍ତି ଏହି ବିଦେଶୀ ବନ୍ଧୁମାନେ । ରସଗୋଲା ଖାଇ ପରସ୍ପରକୁ ହାପି ଦିୱାଲୀ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.