ଋଷିକେଶର ଲକ୍ଷ୍ମଣଝୁଲାରେ ନଗ୍ନ ଫଟୋ ଉଠାଇଲେ ବିଦେଶୀ ମହିଳା, ସାମାଜିକ ଗଣମାଧ୍ୟମରେ କଲେ ଅପଲୋଡ୍, ଧରିଲା ପୋଲିସ

Published By : Prameya-News7 Bureau | August 31, 2020 IST

ଡେରାଡୁନ ୩୧।୦୮: ଯୋଗ ନଗରୀ ଋଷିକେଶର ଲକ୍ଷ୍ଣଣ ଝୁଲା ଓ ଅନ୍ୟ ଗଙ୍ଗା ଘାଟରେ ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ  କରିବା ଅଭିଯୋଗରେ ଉତ୍ତରାଖଣ୍ଡ ପୋଲିସ ଜଣେ ୨୭ ବର୍ଷୀୟ ଫ୍ରେଞ୍ଚ ମହିଳାଙ୍କୁ ଗିରଫ କରିଛି।

ନଗରପାଳିକାର ସ୍ଥାନୀୟ କାଉନସିଲର ଗଜେନ୍ଦ୍ର ସଜଓ୍ଵାନ ଅଗଷ୍ଟ ୨୫ରେ ଉକ୍ତ ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିବା ପୋଲିସ କହିଛି। ରିଷିକେଶର ମୁନି କି ପେଟି ପୋଲିସ ଷ୍ଟେସନର ବରିଷ୍ଠ ସବ ଇନ୍ସପେକ୍ଟର ଆରକେ ସାଇନି କହିଛନ୍ତି ଗଜେନ୍ଦ୍ର ସଜଓ୍ଵାନ ବିଦେଶୀ ମହିଳାଙ୍କ ବିରୋଧରେ କେସ୍ ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କିଛି ବିଦେଶୀ ମହିଳା ତପୋବନ କ୍ଷେତ୍ରରେ ଗଙ୍ଗା ଘାଟ ଏବଂ ଲକ୍ଷ୍ମଣ ଝୁଲାରେ ମହିଳାଙ୍କ ନଗ୍ନ ଫୋଟ ଉଠାଇ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଛନ୍ତି,ଯାହା ଏବେ ଭାଇରାଲ ହୋଇଛି। ଏଥିରେ କିଛି ସ୍ଥାନୀୟ ଯୁବକ ମଧ୍ୟ ସାମିଲ।

{"id":323019,"width":564,"height":318,"sizeSlug":"large"}

ଅଭିଯୋଗ ଆଧାରରେ ବିଦେଶୀ ମହିଳାଙ୍କ ବିରୋଧରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆକ୍ଟ ଆଧାରରେ କେସ୍ ରୁଜୁ କରାଯାଇଛି। ମାମଲା ଯାଞ୍ଚ ପରେ ଜଣା ପଡିଛି ଯେ ଲକ୍ଷ୍ଣଝୁଲା ପୋଲରେ ବିଦେଶୀଙ୍କ ଦ୍ଵାରା ଏହି କାର୍ଯ୍ୟ ହୋଇଛି। ରିଷିକେଶରେ ଏକ ହୋଟେଲରେ ଉକ୍ତ ବିଦେଶୀ ମହିଳା ରହିଥିବା ସ୍ଥାନୀୟ ଲୋକ ପୋଲିସକୁ କହିଛନ୍ତି ବୋଲି ସିଆନି କହିଛନ୍ତି।

ଏହା ପରେ ପୋଲିସ ହୋଟେଲ୍‌ ଯାଇ ମହିଳାଙ୍କୁ ପଚରାଉଚୁରା କରିଛି। ଜେରା  ବେଳେ ମହିଳା ସ୍ଵୀକାର କରିଛନ୍ତି ଯେ ସେମାନେ ଗଙ୍ଗା ଘାଟ ଓ ଲକ୍ଷ୍ଣଣ ଝୁଲାରେ ମହିଳାଙ୍କ ନଗ୍ନ ଫଟୋ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଭାରତରେ ଏହା ବେଆଇନ ବୋଲି ଆମେ ଜାଣିନଥିଲୁ। ଭିଡିଓ ଏବଂ ଫଟୋ ଉଠାଇବାର ଉଦ୍ଦେଶ୍ୟ ସେମାନଙ୍କ ହାର ବ୍ୟବସାୟକୁ ପ୍ରୋତ୍ସାହନ ଦେବାର ଥିଲା। ଏହା ପରେ ମହିଳାଙ୍କୁ ଗିରଫ କରାଯାଇଥିବା ସବ ଇନ୍ସପେକ୍ଟର ସାଇନି କହିଛନ୍ତି। ପରେ ସେମାନେ ଜାମିନରେ ପୋଲିସ ହେପାଜତରୁ ମୁକୁଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.