ବିନା ଅନୁମତିରେ ଭାରତରେ କ୍ୟାମ୍ପସ ଖୋଲିପାରିବେନି ବିଦେଶୀ ୟୁନିଭର୍ସିଟି

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ବିନା ଅନୁମତିରେ କୌଣସି ବିଦେଶୀ ୟୁନିଭର୍ସିଟି ଭାରତରେ ଶାଖା ଖୋଲି ପାଠ ପଢ଼ାଇପାରିବେ ନାହିଁ। ଏଥିପାଇଁ ତାଙ୍କୁ ୟୁଜିସିର ଅନୁମୋଦନ ନେବାକୁ ହେବ। ଏହି ଅନୁମୋଦନ ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ହେବ। ଭାରତରେ ଶାଖା ଖୋଲି ଶିକ୍ଷାଦନ କରିବାକୁ ଚାହଁଥିବା ବିଦେଶୀ ୟୁନିଭର୍ସିଟି ଗୁଡ଼ିକ ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନରେ ଏହି ନିର୍ଦ୍ଦେଶାବଳୀ ରହିଛି।

ଏନେଇ ଗୁରୁବାର ସୂଚନା ଦେଇଛନ୍ତି ୟୁଜିସି ଚେୟାରପର୍ସନ ଏମ୍ ଜଗଦିଶ କୁମାର। ତେବେ ପୂର୍ବରୁ ଥିବା ବିଦେଶୀ ୟୁନିଭର୍ସିଟିଗୁଡ଼ିକ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ହିଁ କ୍ଲାସ୍ ହେବ। ଅନ୍‌ଲାଇନ୍ କ୍ଲାସ୍ କରିବାକୁ ଅନୁମତି ଦିଆଯିବ ନାହିଁ। ଡିଷ୍ଟାନ୍ସ କୋର୍ସ ବି ସେମାନେ କରିପାରିବେ ନାହିଁ ବୋଲି ଜଗଦିଶ କୁମାର କହିଛନ୍ତି। ଏଥିରେ ବିଦେଶ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି।   

ତେବେ ନାମଲେଖାକୁ ନେଇ ସେ କହିଛନ୍ତି ଯେ ୟୁନିଭର୍ସିଟିଗୁଡ଼ିକ ପୂର୍ଣ୍ଣ ସ୍ୱାଧୀନତାର ଏହା କରିପାରିବେ। ଫି ମଧ୍ୟ ଆଦାୟ କରିପାରିବେ। ତେବେ ମୂଳ ୟୁନିଭର୍ସିଟିରେ ପଢ଼ାଯାଉଥିବା ପାଠ ଭଳି ଭାରତରେ ଖୋଲାଯାଇଥିବା କ୍ୟାମ୍ପସରେ ମଧ୍ୟ ସମାନ ପାଠପଢ଼ା ହେବ। କୌଣସି ଭେଦଭାବ କରାଯିବ ନାହିଁ ୟୁଜିସି ନିର୍ଦ୍ଦେଶନାମାରେ କହିଛି।

ଏନେଇ ଗୁରୁବାର ସୂଚନା ଦେଇଛନ୍ତି ୟୁଜିସି ଚେୟାରପର୍ସନ ଏମ୍ ଜଗଦିଶ କୁମାର। ତେବେ ପୂର୍ବରୁ ଥିବା ବିଦେଶୀ ୟୁନିଭର୍ସିଟିଗୁଡ଼ିକ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ହିଁ କ୍ଲାସ୍ ହେବ। ଅନ୍‌ଲାଇନ୍ କ୍ଲାସ୍ କରିବାକୁ ଅନୁମତି ଦିଆଯିବ ନାହିଁ। ଡିଷ୍ଟାନ୍ସ କୋର୍ସ ବି ସେମାନେ କରିପାରିବେ ନାହିଁ ବୋଲି ଜଗଦିଶ କୁମାର କହିଛନ୍ତି। ଏଥିରେ ବିଦେଶ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି।

ଏଥିପାଇଁ ଆବଶ୍ୟକୀୟ ସୀମାପାର ପାଣ୍ଠି ଯୋଗାଣ ବିଦେଶୀ ବିନିମୟ ପରିଚାଳନା ନିୟମରେ ହେବ। ତା ସହ ବିଦେଶୀ ୟୁନିଭର୍ସିଟିକୁ ମିଳିଥିବା ପ୍ରଥମ ପର୍ଯ୍ୟାୟ ଅନୁମୋଦନ ୯ ବର୍ଷ ପରେ ରି-ନ୍ୟୁ ହେବ।  ଅନୁମୋଦନ ସମୟ ଅନୁସାରେ ବଦଳୁଥିବା ସର୍ତ୍ତକୁ ମାନିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି। 

ଆହୁରି ଅନେକ ନିୟମ ଗାଇଡ୍‌ଲାଇନ୍‌ରେ ରହିଛି। ଏନେଇ ଶ୍ରୀ କୁମାର କହିଛନ୍ତି ବିଶ୍ୱର ମୁଖ୍ୟ ୫୦୦ ୟୁନିଭର୍ସିଟିକୁ ଏଠାରେ କ୍ୟାମ୍ପସ ଖୋଲିବାକୁ ଅନୁମତି ମିଳିବ। ସେମାନେ ନିୟମିତ ଭାବେ କ୍ଲାସ୍ କରିବେ। ତା ସହିତ ସେମାନଙ୍କର ଫେକଲ୍ଟିମାନେ ରେଗୁଲାର ରହିବେ। ମଝି ସେମିଷ୍ଟାରରେ ଶିକ୍ଷକମାନେ କ୍ୟାମ୍ପସ୍ ଛାଡ଼ିଯାଇପାରିବେନି। ଏହା ସହିତ ରାଜ୍ୟ ୟୁଜିସି ଗାଇଡ୍‌ଲାଇନ୍‌କୁ ବି ଅନୁସରଣ କରିବାକୁ ପଡ଼ିବ। ଯେଉଁଥିରେ ମହିଳା ସୁରକ୍ଷା ଓ ରାଗିଂ ଭଳି ସମସ୍ୟା ରହିଛି। ସେମାନଙ୍କୁ ଭାରତୀୟ ନିୟମକୁ ମାନିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.