‘ୟହୁଦି ଲୋକଙ୍କ ପାଇଁ କରିଛି’: କୋଚିରେ ପାଲେଷ୍ଟାଇନ ସମର୍ଥିତ ପୋଷ୍ଟର ନଷ୍ଟ କଲେ ବିଦେଶୀ ମହିଳା ପର୍ଯ୍ୟଟକ

Published By : Prameya-News7 Bureau | April 17, 2024 IST

କୋଚି: ଦୁଇ ବିଦେଶୀ ମହିଳା ପର୍ଯ୍ୟଟକ କେରଳର କୋଚି ସହରରେ ପାଲେଷ୍ଟାଇନ ସମର୍ଥନରେ ଲଗାଯାଇଥିବା ବୋର୍ଡକୁ ନଷ୍ଟ କରୁଥିବା ଏକ ଭିଡିଓ ସାମନାକୁ ଆସିଛି । ଭିଡିଓରେ ଦୁଇ ବିଦେଶୀ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଷ୍ଟରକୁ ନେଇ ଯୁକ୍ତିତର୍କ ମଧ୍ୟ ଶୁଣିବାକୁ ମିଳୁଛି । ୟହୁଦି ଲୋକଙ୍କ ଏହା ଅପମାନ ବୋଲି ଦୁଇ ବିଦେଶିନୀ କହୁଥିବା ଶୁଣିବାକୁ ମିଳୁଛି ।

ଏହି ଘଟଣା ଏପ୍ରିଲ ୧୫ରେ ଘଟିଥିବା ଜଣାପଡ଼ିଛି । ଦୁଇ ବିଦେଶୀ ମହିଳା ପର୍ଯ୍ୟଟକଙ୍କ ନାଁରେ ଫୋର୍ଟ କୋଚି ପୋଲିସରେ ମାମଲା ରୁଜୁ ହୋଇଛି ।

ସାମନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ପର୍ଯ୍ୟଟକ ଫୁଟପାଥ ଉପରେ ଛିଡ଼ା ହୋଇଛନ୍ତି । ସେମାନଙ୍କ ଚାରିପଟେ ପାଲିଷ୍ଟାଇନ ସମର୍ଥନର ପୋଷ୍ଟର ସବୁ ଚିରା ହୋଇ ପଡ଼ିଛି । ଭିଡିଓରେ ଜଣେ ସ୍ଥାନୀୟ ଯୁବକ ଯୁକ୍ତ କରି ଏହି ସମ୍ପତ୍ତିକୁ ତୁମେେ ନଷ୍ଟ କରିଛ ବୋଲି କହୁଥିବା ଶୁଣିବାକୁ ମିଳିଛି । ଏହାସହ ସେମାନଙ୍କୁ ଏହା ସଫା କରିବା ପାଇଁ କହୁଛନ୍ତି । ମହିଳା ପର୍ଯ୍ୟଟକ ମଧ୍ୟ ରାଗି ଯାଇ ସ୍ଥାନୀୟ ଯୁବକଙ୍କ ସହ ପାଟିତୁଣ୍ଡ କରୁଛନ୍ତି । ମହିଳା ଜଣକ କହୁଛନ୍ତି, 'ମୁଁ ଏହା ୟହୁଦି ଲୋକଙ୍କ ପାଇଁ କରିଛି । ତୁମେମାନେ ପ୍ରୋପଗଣ୍ଡା ଏବଂ ମିଛକୁ ବଢାଉଛ ।' ଅନ୍ୟପଟେ ଯେଉଁ ପୋଷ୍ଟରକୁ ନେଇ ଏହି ଘଟଣା ଘଟିଛି, ତାହା ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନ ଦ୍ୱାରା ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.