ସାଉଦିରେ ବୈଦେଶିକ ମନ୍ତ୍ରୀ: ଭାରତ ଏବଂ GCCର ସମ୍ପର୍କ ହେଉଛି ମଜଭୁତ, ଦୁଇ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମାଣ ସ୍ୱାକ୍ଷର
11/09/2022 at 6:38 PM

ନୂଆଦିଲ୍ଲୀ: ସାଉଦି ଆରବ ଗସ୍ତରେ ପହଞ୍ଚି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଗଲ୍ଫ କର୍ପୋରେସନ କାଉନସିଲର ମହାସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଜିସିସିର ମହାସଚିବ ନାୟେଫ ଫଲାହ ମୁବାରକ ଅଲ-ହଜରଫଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହାସହ ଭାରତ ଏବଂ ଜିସିସିର ଅନ୍ୟ ଛଅ କ୍ଷେତ୍ରୀୟ ଦେଶ ମଧ୍ୟରେ ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି । ଏହି ଅବସରରେ ଦୁଇ ପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର-ବିମର୍ଶ କରିଛନ୍ତି।
Productive meeting with @GCC Secretary General Dr. Nayef Falah Mubarak Al-Hajraf
— Dr. S. Jaishankar (@DrSJaishankar) September 10, 2022
Signed the MoU on mechanism of consultations between India and GCC.
Exchanged views on current regional and global situation and the relevance of India-GCC cooperation in that context. pic.twitter.com/6DpiTRnqi4
ଉଲ୍ଲେଖଯୋଗ୍ୟ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଶନିବାର ନିଜର ତିନି ଦିନିଆ ସାଉଦୀ ଆରବ ଯାତ୍ରାରେ ପହଞ୍ଚିଥିଲେ । ବୈଦେଶିକ ମନ୍ତ୍ରୀ ଭାବେ ଏହା ଜୟଶଙ୍କର ପ୍ରଥମ ସାଉଦି ଗସ୍ତ।
ବୈଠକର ସୂଚନା ଦେଇ ଜୟଶଙ୍କର କହିଛନ୍ତି, ଜିସିସିର ମହାସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ପରାମର୍ଶ ତନ୍ତ୍ର ଉପରେ ବୁଝାମାଣ ସ୍ୱାକ୍ଷର ହୋଇଛି । ଏହାସହ ବର୍ତ୍ତମାନର କ୍ଷେତ୍ରୀୟ ଏବଂ ବୈଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ଜିସିସି ସହଯୋଗର ପ୍ରାସଙ୍ଗିକତା ଉପରେ ବିଚାରର ଆଦାନ-ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଜିସିସି ଏକ କ୍ଷେତ୍ରୀୟ, ଅନ୍ତର ସରକାରୀ, ରାଜନୈତିକ ଏବଂ ଆର୍ଥିକ ସଂଘ । ଏଥିରେ ବାହରୀନ, କୁଏତ, ଓମାନ, କତର, ସାଉଦୀ ଆରବ ଏବଂ ୟୁଏଇ ସାମିଲ ଅଛି।
ମୋଦୀ ସରକାରରେ ଭାରତ ଏବଂ ଜିସିସି ମଧ୍ୟରେ ଲଗାତାର ଆର୍ଥିକ ସମ୍ପର୍କ ମଜଭୁତ ହୋଇଛି। ଏହା ମୁଖ୍ୟ କାରଣ ଭାରତ ତେଲ ଆମଦାନୀ ବୃଦ୍ଧି। ୨୦୨୦-୨୧ରେ ଜିସିସି ଭାରତକୁ ରପ୍ତାନୀ ୨୮.୦୬ ବିଲିୟନ ଡଲାର ଥିଲା।