ଭାରତର ଚନ୍ଦ୍ର ବିଜୟରେ ବିଭୋର ବିଶ୍ବ; ବିଦେଶୀ ଗଣମାଧ୍ୟମରେ ପ୍ରଶଂସା
24/08/2023 at 10:28 AM

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାବତରଣ ସଫଳ । ବିଜୟୀ ଭାରତର ସଫଳତାରେ ବିଭୋର ବିଶ୍ବ । ଚନ୍ଦ୍ରପୃଷ୍ଠରେ ଚତୁର୍ଥ ଦେଶ ଏବଂ ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନକୁ ଅବତରଣ କରିଛି ଭାରତ । ଏହାକୁ ନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସବୁଠି ଶୁଭେଚ୍ଛାର ସୁଅ ଛୁଟିଛି । ବିଦେଶୀ ଗଣମାଧ୍ୟମ ଏହି ଖବର ଶୀର୍ଷକରେ ରଖିବା ସହିତ ଇସ୍ରୋକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ମୁନ୍ ମିଶନ୍ ଚନ୍ଦ୍ରଯାନ-୩ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରିଛି । ଏଥିସହ ଭାରତ ବିଶ୍ୱର ଏଭଳି ପ୍ରଥମ ରାଷ୍ଟ୍ର ବନିଯାଇଛି, ଯିଏ କି ଦକ୍ଷିଣ ମେରୁରେ ନିଜ ଅନ୍ତରୀକ୍ଷ ଯାନକୁ ପହଞ୍ଚାଇଛି । ଏହି ମହାକାଶ ଅଭିଯାନ ଉପରେ ସାରା ବିଶ୍ୱର ନଜର ଥିଲା । ଏହାକୁ ଜୁଲାଇ ୧୪ରୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ କରାଯାଇଥିଲା । ଭାରତର ଏହି ସଫଳତା ପରେ ବିଶ୍ୱବ୍ୟାପୀ ଗଣମାଧ୍ୟମ ସଂସ୍ଥାମାନେ ଦେଶକୁ ପ୍ରଶଂସା କରିଛନ୍ତି ।
Congratulations @isro on your successful Chandrayaan-3 lunar South Pole landing! And congratulations to #India on being the 4th country to successfully soft-land a spacecraft on the Moon. We’re glad to be your partner on this mission! https://t.co/UJArS7gsTv
— Bill Nelson (@SenBillNelson) August 23, 2023
ବିଶ୍ୱ ଗଣମାଧ୍ୟମ ସଂସ୍ଥାମାନେ ସେମାନଙ୍କ ୱେବ୍ସାଇଟ୍ରେ ଭାରତର ଚନ୍ଦ୍ର ଅଭିଯାନ ସଫଳତାକୁ ପ୍ରମୁଖତାର ସହ ସ୍ଥାନିତ କରିଛନ୍ତି । ପାକିସ୍ତାନର ‘ଡନ୍’ ଲେଖିଛି ଭାରତର ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁକୁ ସଫଳତା ପୂର୍ବକ ସ୍ପର୍ଶ କରିଛି, ଯାହାକୁ ପାଣି ଏବଂ ଅମ୍ଳଜାନର ସମ୍ଭାବ୍ୟ ସ୍ରୋତ ବିବେଚନା କରାଯାଉଛି । ସମ୍ବାଦପତ୍ର ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ନିଜ ମୁଖ୍ୟାଳୟରେ ଘୋଷଣା କରିଛି ଯେ ଶକ୍ତିର ଅବତରଣ ଆରମ୍ଭ ହୋଇଯାଇଛି, ଯାହାର ସ୍ୱାଗତ ଜୟକାର ଓ କରତାଳି ସହ ହୋଇଛି ।
ଅଲ୍ ଜଜିରା ଲେଖିଛି, ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରାଇଛି । ଏଭଳି କରି ଭାରତ ବିଶ୍ୱର ପ୍ରଥମ ଦେଶ ବନିଯାଇଛି । ଏହା ସମଗ୍ର ମାନବାର ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଏହା ଉଲ୍ଲେଖ କରିଛି । ସେହିପରି ନ୍ୟୁୟର୍କ ଟାଇମ୍ସ ଏହି ଖବରକୁ ପ୍ରମୁଖ ସ୍ଥାନ ଦେଇଛି । ଏଥିରେ ଲେଖାଯାଇଛି, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଙ୍ଗ୍ ଦୌଡ଼³ ଭାରତ ଦକ୍ଷିଣ ଧ୍ରୁବୀୟ କ୍ଷେତ୍ରରେ ଓହ୍ଲାଇବାର ପ୍ରଥମ ଦେଶ ବିବେଚିତ । ଭାରତର ବିକ୍ରମ ନାମକ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞା ନାମକ ରୋଭର୍ ବୁଧବାର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚିଛି । ଚନ୍ଦ୍ରରେ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି ।

‘ଦ ଗାର୍ଡିଆନ୍’ ଲେଖିଛି, ଭାରତ ଏକ ଐତିହାସିକ କ୍ଷଣରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ମହାକାଶ ଯାନକୁ ପହଞ୍ଚାଇଛି । ଭାରତର ଏହି ଉପଲବ୍ଧିରେ ଦେଶବ୍ୟାପୀ ଲୋକମାନେ ଖୁସିର ଉତ୍ସବ ପାଳନ କରୁଛନ୍ତି । ଭାରତ ସରକାର ଘରୋଇ ମହାକାଶ ପ୍ରକ୍ଷେପଣ ଏବଂ ସମ୍ବନ୍ଧିତ ଉପଗ୍ରହ ଉପରେ ଆଧାରିତ ବ୍ୟବସାୟରେ ନିବେଶ ଲାଗି ପ୍ରୋତ୍ସାହିତ କରିବା ଉଚିତ ।

ବିବିସି ନିଜ ୱେବସାଇଟରେ ଏହି ଖବରକୁ ଶୀର୍ଷକରେ ରିଖି ଲେଖିଛି, ଚନ୍ଦ୍ରଯାନ-୩ ଇତିହାସ ରଚିଛି । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଏହା ଅବତରଣ କରିଛି । ୧୯୬୯ରେ ଯେତେବେଳେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ହୋଇଥିଲା, ଏହାର ପ୍ରାଥମିକ ଲକ୍ଷ୍ୟ ବେଶ୍ ସରଳ ଥିଲା । ବାତ୍ୟାର ଭବିଷ୍ୟବାଣୀ କରିବା, ବନ୍ୟାକୁ କମ୍ କରାଇବା ଏବଂ ଦେଶରେ ଦୂରସଞ୍ଚାରକୁ ମଜଭୁତ କରିବା ପାଇଁ ଉପଗ୍ରହକୁ ଡିଜାଇନ୍ ଓ ଲଞ୍ଚ୍ କରାଇବା ଲକ୍ଷ୍ୟ ଥିଲା । ଏବେ ମହାକାଶ ଏଜେନ୍ସି ନିଜ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚାଇ ପ୍ରଥମ ଏଜେନ୍ସି ବନିଯାଇଛି ।

ଫ୍ରାନ୍ସର ପ୍ରମୁଖ ସମ୍ବାଦପତ୍ର ‘ଲେ ମୋଣ୍ଡେ’ ନିଜ ୱେବସାଇଟ୍ରେ ଶୀର୍ଷକରେ ଲେଖିଛି ଯେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ମହାକାଶ ଯାନ ଓହ୍ଲାଇବାରେ ପ୍ରଥମ ଦେଶ ବନିଯାଇଛି ଭାରତ । ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ପଠାଇଥିବା ଆମେରିକା, ସୋଭିଏତ ସଂଘ ଏବଂ ଚୀନ୍ ସହ ଭାରତ ସାମିଲ ହୋଇଯାଇଛି । ସିଏନ୍ଏନ୍ ନିଜ ଶୀର୍ଷକରେ ଲେଖିଛି, ଯେ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରାଇବାରେ ଭାରତ ଚତୁର୍ଥ ଦେଶ ହୋଇଛି ।