ବଡ ଦାଣ୍ଡରେ ବିଦେଶୀ ଭକ୍ତ: ହାତରେ ହାରମୋନିୟମ ଓ ତୁଣ୍ଡରେ ଜୟ ଜଗନ୍ନାଥ

Published By : Prameya-News7 Bureau | November 01, 2020 IST

ପୁରୀ୧/୧୧: କାଳିଆର ଡ଼ୋରି ନ ଲାଗିଲେ ଶ୍ରୀକ୍ଷେତ୍ରରେ ପାଦ ପକାଇବା ଅସମ୍ଭବ। ଯିଏ ତାକୁ ଭକ୍ତିର ସହ ଡ଼ାକିଛି ସେ ଜୀବନରେ ସବୁକିଛି ପାଇଛି। ସେଥିପାଇଁ ତ ସିଏ ହେଉଛି ଅନ୍ତର୍ଯ୍ୟାମୀ ଆଉ ବ୍ରହ୍ମାଣ୍ତର ମାଲିକ। ଭକ୍ତର ଭାବନାକୁ କେମିତି ବୁଝାଯାଏ ସେ କଥା ତାକୁ ବେଶ ଭଲ ଭାବେ ଜଣା।

ଏଭଳି ଏକ ଉଦାହରଣ ହେଉଛନ୍ତି ଋଷରୁ ଆସିଥିବା ଏହି ଦୁଇ ବିଦେଶୀ ଭକ୍ତ ତେଜସ୍ୱନୀ ଦେବଦାସୀ ଓ ଶକ୍ତିତତ୍ତ୍ୱ ଦାସ। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ଼ ପାଖରେ ଠିଆ ହୋଇ ପତିତପାବନଙ୍କ ଦର୍ଶନ କରିବା ସହ ହାତରେ ହାରମନିୟମ ଓ ଗିନି ବଜାଇ ତୁଣ୍ତରେ ଜୟ ଜଗନ୍ନାଥ ନାମ ଉଚ୍ଚାରଣ କରୁଛନ୍ତି ଏହି ବିଦେଶୀ ଭକ୍ତ।

କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଶ୍ରୀମନ୍ଦିର ଭିତରକୁ ବିଦେଶୀ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ରହିଛି। ତେଣୁ ଯେଉଁଠି ଥାଇ ମହାପ୍ରଭୁଙ୍କୁ ସ୍ମରଣ କଲେ କିମ୍ୱା ତାଙ୍କ ନାମ ଜପିଲେ ସେ ଭକ୍ତର ସବୁ ମନସ୍କାମନା ପୁରଣ କରିଥାନ୍ତି।

ତେବେ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବା ବେଳେ ଗତ ଏକ ସପ୍ତାହ ଧରି ଏହି ବିଦେଶୀ ଭକ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ସହ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରି ଆତ୍ମ ସନ୍ତୋଷ ଲାଭ କରିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.