scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦେଶୀ ସାଇବର ଅପରାଧି ଗିରଫ; ନିଜକୁ ଡାକ୍ତର କହି ଲୁଟିଥିଲା ୨୯ ଲକ୍ଷ ଟଙ୍କା

15/12/2022 at 5:50 PM

କଟକ ୧୫/୧୨: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହେଲା ବିଦେଶୀ ସାଇବର ଅପରାଧୀ। କଟକର ଜଣେ ମହିଳାଙ୍କ ଠାରୁ ଇନଷ୍ଟାଗ୍ରମରେ ୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସେ ଗିରଫ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ସାଇବର ସେଲ ଦିଲ୍ଲୀରୁ ଗିରଫ କରିଛି।ଅଭିଯୁକ୍ତର ପରିଚୟ ପାଟ୍ରୀକ ଚିଯୋରମ ଓରଜକା। ସେ ନାଇଜେରିଆର ବାସିନ୍ଦା।

ତା ପାଖରୁ ବିପୁଳ ପରିମାଣର ଡେବିଟ କାର୍ଡ, ସିମ୍ କାର୍ଡ, ମୋବାଇଲ ଫୋନ, ଲ୍ୟାପଟପ୍, ପାସପୋର୍ଟ ଇତ୍ୟାଦି ଜବତ ହୋଇଛି। ସେ ନିଜକୁ ନେଦରଣ୍ଡର ଜଣେ  ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ କହି ପୀଡ଼ିତାଙ୍କ ସହ ଇନଷ୍ଟାଗ୍ରମରେ କଥା ହୋଇଥିଲେ। ଚିକିତ୍ସା କରିବା ବାହାନାରେ ସେ ମହିଳାଙ୍କୁ ଠକି ଥିଲା। ଏନେଇ ମହିଳା ଜଣକ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ। ମାମଲାଟି କ୍ରାଇମବ୍ରାଞ୍ଚ ସାଇବର ସେଲକୁ ହସ୍ତାନ୍ତର ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା।

   Related Posts