ପରଫ୍ୟୁମ୍‌ ବୋତଲରେ ସାଉଦି ଓ କୁଏତ କରେନ୍ସି : ଦିଲ୍ଲୀ ଏୟାରପୋର୍ଟରେ ୪୨ଲକ୍ଷର ବିଦେଶୀ ନୋଟ୍‌ ଜବତ

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୦୨: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶୀ ମୁଦ୍ରା ଜବତ ହୋଇଛି । ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି CISF ଟିମ୍‌ । ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀରୁ ଦୁବାଇ ଯିବା ସମୟରେ CISF ଟିମ୍‌ ଜବତ କରିଛି । ତେବେ ଜବତ ହୋଇଥିବା ଟଙ୍କାର ମୁଲ୍ୟ ୪୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ୩ଟା ସମୟରେ ବିମାନବନ୍ଦରେ ଟର୍ମିନାଲ ୩ରେ ଜଣେ ବ୍ୟକ୍ତି ଚେକ୍‌-ଇନ୍‌ କରାଯାଉଥିବା ସ୍ଥାନରେ ଛିଡା ହୋଇଥିଲେ । ସୁରକ୍ଷାକର୍ମୀମାନେ ସେ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିଥିଲେ । ପଚରାଉଚରାରେ ସେ ଦିଲ୍ଲୀର ବାସିନ୍ଦା । ଏବଂ ତାଙ୍କ ନାମ ମହମ୍ମଦ ଅର୍ଶୀ ବୋଲି କହିଛନ୍ତି । ତେବେ ବ୍ୟକ୍ତିଙ୍କୁ ବିମାନବନ୍ଦର ଅଧିକାରୀମାନେ କିଛି ପ୍ରଶ୍ନ କରିଥିଲେ । ଅଧିକାରୀଙ୍କୁ ବ୍ୟକ୍ତିଙ୍କ ଉତ୍ତର ଠିକ୍‌ ଦେଉନଥିଲା ଭଳି ଅନୁମାନ କରିଥିଲେ ।

ସୁରକ୍ଷାକର୍ମୀମାନେ ବ୍ୟକ୍ତିଜଣଙ୍କୁ ଯାଞ୍ଚ କରିବା ପାଇଁ ବନ୍ଦ କୋଠରୀ ଭିତରକୁ ନେଇଥିଲେ । ବ୍ୟକ୍ତିଙ୍କୁ ବ୍ୟାଗକୁ ମେସିନ୍‌ରେ ସ୍କାନ କରିବା ଦ୍ବାରା ସେଥିରେ କିଛି ନୋଟ ଥିବାର ଜଣାପଡିଥିଲା । ଅଧିକାରୀମାନେ ବ୍ୟାଗ ଖୋଲି ଦେଖନ୍ତି, କେବଳ ବିଦେଶୀ ମୁଦ୍ରା ଭର୍ତ୍ତି ହୋଇଛି। ବ୍ୟାଗ୍‌ରୁ ୧,୯୭,୫୦୦ସାଉଦି ରିଆଲ୍‌ ଓ ୨,୦୦୦ କୁଏତ ଦିନାର ଜବତ ହୋଇଛି । ନିଜ ବ୍ୟାଗ୍‌ରେ ଥିବା ପରଫ୍ୟୁମ ବୋତଲ ଭିତରେ ଟଙ୍କା ରଖି ଯାତ୍ରା କରୁଥିଲେ  ଯାତ୍ରୀ । ତେବେ ବିଦେଶୀ ମୁଦ୍ରା ନେବା ନେଇ କୌଣସି ଦସ୍ତାବିଜ ବ୍ୟକ୍ତିଙ୍କ ପାଖରେ ନଥିଲା । ତେଣୁ ସମସ୍ତ ଟଙ୍କାକୁ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.