Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଚାପରେ କିମ୍ୱା ପ୍ରଲୋଭନରେ ଧର୍ମ ପରିବର୍ତ୍ତନକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ, କହିଲେ- ଦେଶର ସୁରକ୍ଷାକୁ ବିପଦ  

14/11/2022 at 7:11 PM

ନୂଆଦିଲ୍ଲୀ: ଚାପରେ, ଧୋକା ଦେଇ କିମ୍ୱା ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ବିଷୟ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୋଧରେ ନୁହେଁ ବରଂ ଦେଶର ସୁରକ୍ଷା ପାଇଁ ମଧ୍ୟ ବିପଦ । ବେଆଇନ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ଦାବି ଉପରେ ନଭେମ୍ୱର ୨୨ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ୱର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପ୍ଟେମ୍ୱର ୨୩ରେ ଜଷ୍ଟିସ ଏମ.ଆର.ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବେଆଇନ ଭାବେ ଧର୍ମାନ୍ତରଣ ବିରୋଧରେ କଡା ଆଇନ ଆଣିବା ଦାବି ଉପରେ ନୋଟିସ ଜାରି କରିଥିଲେ । ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଧର୍ମାନ୍ତରଣ ବିରୋଧର କଠୋର ଆଇନ ଦାବି କରିଥିଲେ । ନିଜ ଆବେଦନରେ ସେ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଲାବଣ୍ୟାଙ୍କ ସହ ଅନ୍ୟ ଘଟଣାର ଉଦାହରଣ ଦେଇଥିଲେ।

ତାମିଲନାଡୁ ତଞ୍ଜାବୁର ଜିଲ୍ଲାର ୧୭ ବର୍ଷୀୟ ଛାତ୍ରୀ ଲାବଣ୍ୟା ଚଳିତ ବର୍ଷ ଜାନୁଆରୀ ୧୯ରେ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ଲାବଣ୍ୟା କହିଥିଲେ ଯେ ତାଙ୍କ ସ୍କୁଲ ତାଙ୍କୁ ଇସାଇ ହେବାକୁ ଚାପ ପକାଉଛି । ଏଥିପାଇଁ ତାଙ୍କୁ ଲଗାତାର ନିର୍ଯାତନା ଦିଆଯାଉଛି । ଏହାକୁ ସହି ନପାରି ଆତ୍ମହତ୍ୟା କରୁଥିବା ଲାବଣ୍ୟା କହିଥିଲେ । ମାଦ୍ରାସ ହୋଇକୋର୍ଟ ସିବିଆଇକୁ ଦେଇଥିଲେ ମାମଲାର ତଦନ୍ତ ଦାୟିତ୍ୱ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ ଠିକ ଦର୍ଶାଇଥିଲେ।

ନୋଟିସ ପରେ ଆଜି ଯାଏ ଏହା ଉପରେ କେନ୍ଦ୍ର ସରକାର କୌଣସି ଜବାବ ରଖି ନଥିବାରୁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ । ଜଷ୍ଟିସ ଶାହ, ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଥିଲେ,’ଏହା ଦେଶର ସୁରକ୍ଷା ସହ ଜଡିତ ମାମଲା। ଆପଣ କହୁଛନ୍ତି, କିଛି ରାଜ୍ୟ ଆଇନ ଆଣିଛନ୍ତି କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟ ଜାଣିବାକୁ ଚାହୁଁଛୁ। ନଭେମ୍ୱର ୨୨ ସୁଦ୍ଧା ଜାବବ ଦାଖଲ କରନ୍ତୁ। ୨୮ ତାରିଖରେ ଶୁଣାଣି ହେବ’।  

   Related Posts