scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Forbes India: ଧନୀ ତାଲିକାରେ ପୁଣି ନମ୍ବର ୧ ହେଲେ ମୁକେଶ ଅମ୍ବାନୀ, ଆଦାନୀଙ୍କୁ ପଛରେ ପକାଇଲେ

12/10/2023 at 6:05 PM

Mukesh Ambani

ନୂଆଦିଲ୍ଲୀ: ଫୋର୍ବ୍ସ ଇଣ୍ଡିଆ ଭାରତର ସବୁଠୁ ଧନୀ ଶିଳ୍ପପତିଙ୍କ ତାଲିକା ଜାରି କରିଛି। ଆଉ ଏହି ତାଲିକାରେ ଶିଳ୍ପପତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଶୀର୍ଷରେ ରହିଛନ୍ତି। ଫୋର୍ବସ ଇଣ୍ଡିଆ ୨୦୨୩ର ସବୁଠୁ ଧନୀ ତାଲିକା ଜାରି କରି ଏହି ସୂଚନା ଦେଇଛି। ଯେଉଁଥିରେ କୁହାଯାଇଛି ଯେ, ୯୨ ବିଲିୟନ ଡଲାରର ନେଟଓ୍ବର୍ଥ ସହ ଅମ୍ବାନୀ ଭାରତର ସବୁଠୁ ଧନୀ ହୋଇଛନ୍ତି।

ସେହିଭଳି ୬୮ ବିଲିୟନ ଡଲାରର ମୋଟ୍‌ ସମ୍ପତ୍ତି ସହ ଶିଳ୍ପପତି ଗୌତମ ଆଦାନୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି ସଫ୍ଟଓୟାର କମ୍ପାନି ଏଚସିଏଲର ଅଧ୍ୟକ୍ଷ ଶିବ ନାଦର। ଚତୁର୍ଥ ସ୍ଥାନରେ ରହିଛନ୍ତି ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ୍‌। ପଞ୍ଚମ ସ୍ଥାନରେ ବ୍ୟବସାୟୀ ରାଧାକ୍ରିଷ୍ଣ ଦମାନୀ। ଷଷ୍ଠ ସ୍ଥାନରେ ଅଛନ୍ତି ସାଇରସ ପୁନାଓ୍ବାଲା। ସପ୍ତମରେ ହିନ୍ଦୁଜା ଫ୍ୟାମିଲି। ଅଷ୍ଟମରେ ଦିଲ୍ଲୀପ ସାଘଂବୀ। ନବମରେ କୁମାର ବିରାଲା ଏବଂ ୧୦ମ ସବୁଠୁ ଧନୀ ହେଉଛନ୍ତି ଶାପୁର ମିସ୍ତ୍ରୀ ଆଣ୍ଡ ଫ୍ୟାମିଲି।

ଆହୁରି ପଢ଼ନ୍ତୁ: ହୁରୁନ୍‌ ଇଣ୍ଡିଆ ଧନୀ ତାଲିକା: ଗୌତମ ଆଦାନୀଙ୍କୁ ପଛରେ ପକାଇ ଶୀର୍ଷରେ ମୁକେଶ ଅମ୍ବାନୀ

ବଡ଼ କଥା ହେଉଛି, ଏଥର ଫୋର୍ବ୍ସ ତାଲିକାରେ ତିନି ନୂଆ ଲୋକଙ୍କ ଏଣ୍ଟ୍ରି ହୋଇଛି। ସେମାନେ ହେଲେ, ରିଟେଲ ବିକ୍ରେତା କମ୍ପାନି ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜଗତିୟାନୀ। ଦ୍ବିତୀୟରେ ଏସିଆାନ ପେଣ୍ଟ୍ସ ଏବଂ ତୃତୀୟରେ କେପିଆର ମିଲ୍‌ର ପ୍ରତିଷ୍ଠାତା କେ. ପି ରାମାସ୍ବାମୀ।

   Related Posts