ନୂଆବର୍ଷ ପାଇଁ ଗାଇଡଲାଇନ୍, ରାତି ୧୨ଟା୩୦ ପର୍ଯ୍ୟନ୍ତ ଖୋଲା ରହିବ ହୋଟେଲ୍ ଓ ବାର୍

Published By : Prameya-News7 Bureau | December 26, 2023 IST

ଭୁବନେଶ୍ଵର: ଆଇ କେଇଟା ଦିନ ପରେ ବିଦାୟ ନେବ ୨୦୨୩ ଏବଂ ଆଗମନ ହେବ ନୂତନ ବର୍ଷ ୨୦୨୪। ନୂଆ ବର୍ଷକୁ ଧୁମଧାମରେ ପାଳିବା ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ କଟକଣା ଲାଗୁ କରିଛି କମିଶନରେଟ ପୋଲିସ । ବାର୍ ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି।

wp:heading {"level":4}

ଅଧିକ ପଢନ୍ତୁ- ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା, ସପ୍ତାହରେ ୩ ଦିନ ଉଡିବ

/wp:heading

କିଭଳି ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ସେ ନେଇ ହୋଇଛି ଆଲୋଚନା। ବାର ଓ  ହୋଟେଲିୟରମାନଙ୍କୁ ସ୍ଵତନ୍ତ୍ର ଗାଇଡ଼ ଲାଇନ ଜାରି କରିଛି କମିଶନରେଟ ପୋଲିସ  । ବାର ଓ ହୋଟେଲ୍ ମାଲିକଙ୍କୁ ରାତି ୧୨ଟା ୩୦ ଯାଏ ଖୋଲା ରଖିବାକୁ ଅନୁମତି ଦିଆଯାଇଥିଲେ ହେଁ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମଗାଯାଇଛି।

{"id":888111,"sizeSlug":"full","linkDestination":"none"}

କଣ ରହିଛି ଗାଇଡଲାଇନ୍

୧ - ରାତି ୧୨ଟା୩୦ ପର୍ଯ୍ୟନ୍ତ ମିଳିବ ଅନୁମତି,  ହୋଟେଲ ଏବଂ ବାର ପକ୍ଷରୁ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମଗାଯାଇଛି। ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ  ।

୨ -  ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିବ।

୩ - ଆସୁଥିବା ଗ୍ରାହକ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ହୋଟେଲ୍ ଓ ବାର୍ କର୍ତ୍ତୃପକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.