ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପ୍ରଥମଥର ସ୍ଵାଭିମାନ ଅଞ୍ଚଳରେ ଅଧିକାରୀ ଉଡାଇଲେ ତ୍ରିରଙ୍ଗା, ଚିତ୍ରକୋଣ୍ଡା ଅଞ୍ଚଳରେ ଖେଳିଲା ଖୁସିର ଲହରୀ

26/01/2023 at 6:17 PM

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଉଡେଇଲେ ତ୍ରିରଙ୍ଗା । ସ୍ଥାନୀୟ ଲୋକଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସାମିଲ ହୋଇ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦେଲେ ଆହ୍ଵାନ । ଅନ୍ୟପଟେ ମାଓବାଦୀଙ୍କ କବଳରୁ ନିଜକୁ ମୁକ୍ତି କରେଇ ଗାଁରେ ପାଳିଛନ୍ତି ବିଜୟ ଉତ୍ସବ ।  

ଖେଳି ଉଠିଛି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଖୁସିର ଲହରୀ । କୁନି କୁନି ପିଲାଙ୍କ ସହ ସ୍ଥାନୀୟ ଲୋକଙ୍କ ମୁହଁରେ ଫୁଟିଛି ହସ । ହାତରେ ତ୍ରିରଙ୍ଗା ପତାକା ଓ ପାଟିରେ ବନ୍ଦେ ମାତରମ ଶବ୍ଦରେ ଫାଟି ପଡୁଛି ଗାଁ ଦଣ୍ଡ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଜୋଡାମ୍ବ ଗାଁ । ଯେଉଁଠି କି ୨୦୨୦ ମସିହା ଠିକ ଆଜିର ଦିନରେ ନକ୍ସଲ ପନ୍ଥୀ ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲେ। ପୋଡି ଦେଇ ଥିଲେ ଅନେକ ଘର ଓ ବାଇକ । ଚାଲିଥିଲା ନକ୍ସଲଙ୍କ ରାଜ ।  କିନ୍ତୁ ଆଜି ସେହି ସ୍ଥାନରେ ପୋଲିସ ଓ ସୀମା ସୁରକ୍ଷା ବାହିନୀଙ୍କ ଚେଷ୍ଟାରେ ଉଡୁଛି ତ୍ରିରଙ୍ଗା ।

ଯେଉଁଠି ଦିନେ କୌଣସି ଅଧିକାରୀ ଯିବାକୁ ଡରୁଥିଲେ, ସେହି ସ୍ଥାନରେ ପୋଲିସ ବରିଷ୍ଠ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ପତାକା ଉତ୍ତୋଳନ କରିଛନ୍ତି। ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ଦେବା ସହ ସ୍ଥାନୀୟ ମହିଳା ଓ ଲୋକଙ୍କୁ ବାଣ୍ଟିଛନ୍ତି ବସ୍ତ୍ର । ଏହା ସହ ଗୁଇନ୍ଦା ନିର୍ଦେଶକ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ  ଆହ୍ଵାନ ଦେଇଛନ୍ତି ।

ଗୁରୁପ୍ରିୟା ସେତୁ ପୂର୍ବରୁ ଏଠିକାର ଅଞ୍ଚଳ ବାସିନ୍ଦା ସ୍ଵାଧୀନତା ଜାଣି ନଥିଲେ । ନକ୍ସଲପନ୍ଥୀଙ୍କ ଭୟରେ ରହିବାକୁ ପଡୁଥିଲା ଅଞ୍ଚଳର ଲୋକଙ୍କୁ । ୨୦୨୦ ଜାନୁଆରୀ ୨୫ ତାରିଖ ଘଟଣା ପରେ ସ୍ଵାଧୀନତାର ସ୍ଵାଦ ଚାଖି ପାରିଛନ୍ତି । ଏକଜୁଟ ହୋଇ ମୁଁ ତୋଡ ଜବାବ ଦେଇଛନ୍ତି ମାଓବାଦୀଙ୍କୁ ୩ ଖଣ୍ଡ ପଞ୍ଚାୟତର ଅଞ୍ଚଳ ବସିନ୍ଧା । ସେହି ଦିନକୁ ମନେ ରଖିବା ପାଇଁ ଗାଁରେ ପାଳିଛନ୍ତି ବିଜୟ ଉତ୍ସବ । ଅସତ୍ୟକୁ ବଳି ଦେଇ ସତପଥରେ ସରକାରଙ୍କୁ ତଥା ପ୍ରସଶନଙ୍କୁ ସହଯୋଗ କରି ମାଓବାଦୀଙ୍କ କବଳରୁ ନିଜକୁ ମୁକ୍ତି କରେଇ ଆଜି ନିଜକୁ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି ।  

ଏ ଖବର ପଢନ୍ତୁ- ୨୮ ବର୍ଷର ବୋହୂକୁ ୭୦ ବର୍ଷ ବୟସ୍କ ଶ୍ୱଶୂରଙ୍କ ବିବାହକୁ ନେଇ ଚର୍ଚ୍ଚା, ଜାଣନ୍ତୁ କେଉଁଠି?

ପୂର୍ବରୁ ଜାନୁଆରୀ ୨୬ କଥା କୁହନ୍ତୁ ବା ଅଗଷ୍ଟ ୧୫ କଥା କୁହନ୍ତୁ, ଏଠିକାର ଆଦିବାସୀଙ୍କ ପାଇଁ ସବୁ ସ୍ଵପ୍ନ ଥିଲା। ସେତୁ ନିର୍ମାଣ ପରେ ଅଞ୍ଚଳର ବିକାଶ ହେବା ସଙ୍ଗେ ସଙ୍ଗେ ପଛକୁ ଘୁଞ୍ଚିଛି ମାଓ ସଂଗଠନ, ଅନ୍ୟ ପଟେ ସ୍ଵାଧୀନତାର ସ୍ଵାଦଚାଖି ପରିଛନ୍ତି ଅଞ୍ଚଳ ବାସିନ୍ଦା। 

   Related Posts