ଗାଜାକୁ ଇନ୍ଧନ ଯୋଗାଣ ପାଇଁ ରାଜି ହେଲା ଇସ୍ରାଏଲ, ଦୈନିକ ପଠାଇବ ୧ଲକ୍ଷ ୪୦ ହଜାର ଲିଟର ତେଲ

Published By : Prameya-News7 Bureau | November 18, 2023 IST

ଜେରୁଜେଲମ ୧୮।୧୧: ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ଇସ୍ରାଏଲ ଗାଜାକୁ ଦୈନିକ ଆବଶ୍ୟକତା ନିମନ୍ତେ ଇନ୍ଧନ ପଠାଇବାକୁ ରାଜି ହୋଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ଇସ୍ରାଏଲ ସରକାରରେ ମତପାର୍ଥକ୍ୟ ଦେଖା ଦେଇଛି। ଇସ୍ରାଏଲର ଏହି ନିଷ୍ପତ୍ତିକୁ ନେଇ ଆମେରିକା କହିଛି ଯେ ଏହା ତାର ଚାପ ଯୋଗୁ ସମ୍ଭବ ହୋଇପାରିଛି। ଆମେରିକା ବିଦେଶ ମନ୍ତ୍ରାଳୟ ଅଧିକାରୀ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଗଜାକୁ ପ୍ରତ୍ୟେକ ଦିନ ୧ ଲକ୍ଷ ୪୦ ହଜାର ଲିଟର ଇନ୍ଧନ ଦେବାକୁ ଅନୁମତି ମିଳିଛି।

{"id":871398,"width":839,"height":560,"sizeSlug":"full","linkDestination":"none"}

ଟାଇମ୍ସ ଅଫ ଇସ୍ରାଏଲ ଅନୁସାରେ ଏକ ଇସ୍ରାଏଲୀ କୂଟନୈତିକ ଅଧିକାରୀଙ୍କ ସୂତ୍ରରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ ଜେରୁଜେଲମ ଜାତିସଂଘଙ୍କ ଆବଶ୍ୟକତା ନିମନ୍ତେ ପାଣି ଓ ସିୱର ସିଷ୍ଟମ ସଞ୍ଚାଳନ ପାଇଁ ଦୈନିକ ଦୁଇଟି ଟ୍ରକ ଇନ୍ଧନ ଗାଜାକୁ ପଠାଇବାକୁ ସହମତ ହୋଇଥିଲା। ଇସ୍ରାଏଲ କୂଟନୀତିଜ୍ଞଙ୍କ କହିବା ଅନୁସାରେ ଗାଜାକୁ ଇନ୍ଧନ ଯୋଗାଣ ନିମନ୍ତେ କିଛି ଜରୁରି ପଦକ୍ଷେପ ନେବା ପାଇଁ ଇସ୍ରାଏଲକୁ ଆମେରିକା କହିଥିଲା।  ଏହା ପରେ ଇସ୍ରାଏଲ କ୍ୟାବିନେଟ୍ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଓ ଗୁଇନ୍ଦା ସଂସ୍ଥା ସିନବେତ୍‌ ସହ ଆଲୋଚନା କରି ଗାଜାକୁ ଦୈନିକ ଇନ୍ଧନ ପଠାଇବାକୁ ନିଷ୍ପତ୍ତି ନେଇଛି।

wp:html /wp:html

ତେବେ ଏହା ମଧ୍ୟ କୁହାଯାଇଛି ଯେ ଏହି ଇନ୍ଧନ ଯେପରି ହମାସ ହାତରେ ନପଡେ ସେଥିପାଇଁ ଗାଜାକୁ ଯୋଗାଣ ହେଉଥିବା ଇନ୍ଧନ ଉପରେ ଆଇଡିଏଫର ନଜର ରହିବ। ତେବେ ଗାଜାଷ୍ଟ୍ରିପ୍‌ରେ ଶରଣାର୍ଥୀଙ୍କ ନିମନ୍ତେ କାମ କରୁଥିବା ଜାତିସଂଘଙ୍କ ଏଜେନ୍ସୀ ୟୁଏନଆରଡବ୍ଲୁ କହିଛନ୍ତି ଯେ ଅଞ୍ଚଳକୁ ମାନବୀୟ ସହାୟତା ସମ୍ପର୍କିତ ଆବଶ୍ୟକତା ପୂରଣ ନିମନ୍ତେ ଦୈନିକ ଅନୁନ୍ୟ ୧ଲକ୍ଷ ୬୦ ହଜାର ଲିଟର ଇନ୍ଧନର ଆବଶ୍ୟକତା ରହିଛି। ତେବେ ଇସ୍ରାଏଲ-ହମାସ ଯୁଦ୍ଧରେ ଜାତିସଂଘର ୧୦୦ରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁରେ ଜାତିସଂଘ ଶୋକ ପାଳନ କରୁଥିବା ବେଳେ ସାରା ବିଶ୍ୱରେ ଥିବା କାର୍ଯ୍ୟାଳୟମାନଙ୍କରେ ପତାକା ନୁଆଁଇଛି।  

18ପିଲା ଆଉ ପରିବାରଙ୍କ ଠାରୁ ଦୂରେଇଲେ, ବୋମା-ଗୁଳିର ଶବ୍ଦ ଭିତରେ ବି କରୁଛନ୍ତି ରିପୋର୍ଟିଙ୍ଗ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.