୧୪ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ ଦକ୍ଷିଣ ଆଫ୍ରିକା

Published By : Prameya-News7 Bureau | December 09, 2020 IST

କରାଚି ୦୯।୧୨: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ୧୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତ ଆଗାମୀ ବର୍ଷ ଜାନୁଆରୀରେ ହେବ। ଦକ୍ଷିଣ ଆଫ୍ରିକା ଏହି ଗସ୍ତରେ ଘରୋଇ ପାକିସ୍ତାନ ବିରୋଧରେ ଦକ୍ଷିଣ ଆଫ୍ରିକା ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳିବ। ଦକ୍ଷିଣ ଆଫ୍ରିକା ଶେଷ ଥର ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା।

ଟେଷ୍ଟ ମ୍ୟାଚ୍‌ କରାଚି ଓ ରାଓ୍ଵଲପିଣ୍ଡିରେ ଖେଳାଯିବ। ଟି-୨୦ ମ୍ୟାଚ୍ ଲାହୋରରେ ଖେଳାଯିବ। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ଜାରି ବିବୃତ୍ତିରେ କହିଛି, ଦକ୍ଷିଣ ଆଫ୍ରିକା ଦଳ ଜାନୁଆରୀ ୧୬ରେ କଚାରିରେ ପହଞ୍ଚିବ। ନ୍ୟାସନାଲ ଷ୍ଟାଡିୟମ କରାଚିରେ ଜାନୁଆରୀ ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ।

ପିସିବି କହିଛି, ଏହା ପରେ ରାଓ୍ଵଲପିଣ୍ଡି ଗସ୍ତ କରିବ। ଏଠାରେ ଫେବୃଆରୀ ୪ରୁ ୮ ତାରିଖ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ଲାହୋରର ଗଦାଫି ଷ୍ଟାଡିୟମରେ ଫେବୃଆରୀ ୧୧, ୧୩ ଓ ୧୪ ତାରିଖରେ ତିନୋଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଗତ ୨୦୦୭ ଗସ୍ତରେ ପାକିସ୍ତାନ ଗସ୍ତ କରିଥିଲା। କରାଚି ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ୧୬୦ ରନରେ ଜିତି ନେଇ ସିରିଜ୍‌କୁ ୧-୦ରେ ଜିତି ନେଇଥିଲା। ଏହା ପରେ ୨୦୧୦ ଓ ୨୦୧୩ର ସିରିଜ୍‌ ୟୁଏଇରେ ଖେଳା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.