scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଐତିହାସିକ ସ୍ତରକୁ ପହଞ୍ଚିଲା ସୁନା ଦର,ଏବେ ପ୍ରତି ୧୦ଗ୍ରାମ ୬୩,୫୦୦ରେ ହେଉଛି କାରବାର

29/11/2023 at 8:40 PM

ନୂଆଦିଲ୍ଲୀ ୨୯।୧୧: ଅନ୍ତର୍ଜାତୀୟ ବଜାରରୁ ମିଳୁଥିବା ମଜଭୁତ ସଂକେତ ଯୋଗୁ ସୁନା ଦର ନୂଆ ରେକର୍ଡ ଉଚ୍ଚତାରେ ପହଞ୍ଚିଛି। ବୁଧବାର ସୁନାଦର ପ୍ରତି ୧୦ ଗ୍ରାମ ୬୩ ହଜାର ଟଙ୍କାକୁ ପାର କରି ୬୩ ହଜାର ୫୦୦ ଟଙ୍କାର ନୂଆ ସ୍ତରକୁ ଯାଇ ପହଞ୍ଚିଛି। ତେବେ ଏହା ପୂର୍ବରୁ ୧୦ ଗ୍ରାମ ପିଛା ୬୨,୭୫୦ ଟଙ୍କା ଦରରେ କାରବାର ହେଉଥିଲା।  ବିଦେଶ ବଜାରରେ ବୃଦ୍ଧିକୁ ଦେଖି ବୁଧବାର ଦିଲ୍ଲୀ ଏନସିଆରରେ ସୁନା ଦରରେ ୭୫୦ ଟଙ୍କା ବୃଦ୍ଧି ସହ ୧୦ ଗ୍ରାମ ପିଛା ୬୩ ହଜାର ୫୦୦ ଟଙ୍କାର ଐତିହାସିକ ସ୍ତରକୁ ଛୁଇଁଛି।

ସୁନା ଦରରେ ଆସିଥିବା ଏପରି ବୃଦ୍ଧିକୁ ନେଇ ଏଚଡିଏଫସି ସିକ୍ୟୁରିଟିଜରେ ସିନିୟର ଆନାଲିଷ୍ଟ (କମୋଡିଟି) ସୌମିଲ ଗାନ୍ଧି କହିଛନ୍ତି ଯେ ଏମସିଏକ୍ସରେ ମଧ୍ୟ ତାଜା କାରବାରରେ ସୁନାଦର ପ୍ରତି ଆଉନ୍ସ ୨,୦୪୧ ଡଲାରକୁ ପହଞ୍ଚିଛି। ଏହା ପୂର୍ବରୁ ଆଉନ୍ସ ପିଛା ୨୦୧୪ ଡଲାରରେ କାରବାର ହେଉଥିଲା। କେବଳ ସୁନା ନୁହେଁ ରୂପା ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ରୂପା କେଜି ପିଛା ୮୦୦ ଟଙ୍କା ବୃଦ୍ଧି ସହ ୭୯,୦୦୦ଟଙ୍କାକୁ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୂପା ଆଉନ୍ସ ପିଛା ଏବେ ୨୪.୯୫ ଡଲାରରେ କାରବାର ହେଉଛି।

ସୌମିଲ ଗାନ୍ଧି କହିଛନ୍ତି ଯେ ଡଲାର ଦୁର୍ବଳ ହେବା ଓ ଆମେରିକା ଫେଡେରାଲ ରିଜର୍ଭରୁ ମିଳୁଥିବା ସଂକେତ ସୁନା ଓ ରୂପା ଦର ବୃଦ୍ଧିରେ ସହାୟକ ହୋଇଛି। ଆମେରିକା ଫେଡେରାଲ ରିଜର୍ଭ ଆଗାମୀ ବର୍ଷରୁ ସୁଧହାର ହ୍ରାସ କରିବେ ବୋଲି ସଂକେତ ମିଳୁଛି। ଏଣୁ ନିବେଶ ନିମନ୍ତେ ଏବେ ସୁନା ପ୍ରଥମ ପସନ୍ଦ ପାଲଟିଛି। ଏହା ଛଡା ଏବେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଛି। ଏଣୁ ସୁନା ଦରରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳୁଛି।

ଯେଉଁମାନେ ବିବାହ ପାଇଁ ସୁନା ଗହଣା କିଣିବା ଯୋଜନାରେ ଥିଲେ ସେମାନଙ୍କୁ ଏବେ ଟିକେ ଉଚ୍ଚ ଦରରେ କିଣିବାକୁ ପଡିବ। ଅକ୍ଟୋବର ୨୦୨୩ ପ୍ରଥମ ସପ୍ତାହରୁ ସୁନା ଦରରେ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସୁନା ପ୍ରତି ୧୦ ଗ୍ରାମ ଦର ୫୬,୬୩୦ ଟଙ୍କାରେ କାରବାର ହେଉଥିଲା। ଅର୍ଥାତ ମାତ୍ର ଦୁଇ ମାସରେ ସୁନା ଦର ପାଖାପାଖି ୭୦୦୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ମହଙ୍ଗା ହୋଇଛି। ସୁନାର ଏହି ଐତିହାସିକ ଦର ବେଶ୍ କିଛି ସମୟ ପର୍ଯ୍ୟନ୍ତ ରହିପାରେ ବୋଲି ଏବେ ଅନୁମାନ କରାଯାଉଛି।   

ବିବାହ ସିଜନ ପୂର୍ବରୁ ଚମକୁଛି ସୁନା, ୬୨ ହଜାର ଛୁଇଁଲା ଦର

   Related Posts