ନୂଆଦିଲ୍ଲୀ ୨୮।୧୧: ମୋବାଇଲ ସିମ୍ କାର୍ଡ ବିକ୍ରି ଓ କ୍ରୟ ନେଇ ନିୟମ ବଦଳିଯିବ। ଏହି ପରିବର୍ତ୍ତନ ଡିସେମ୍ବର ୧ ତାରିଖରୁ ହେବାକୁ ଯାଉଛି। ଏହି ଦିନଠାରୁ ସିମକାର୍ଡ କ୍ରୟ ଓ ବିକ୍ରୟ ନିୟମ କଡ଼ାକଡ଼ି ହେବ। ନିୟମ ଉଲ୍ଲଂଘନ ହେଲେ ଜେଲ ସହିତ ମୋଟା ରକମର ଜରିମନା ମଧ୍ୟ ହୋଇପାରେ। ନୂଆ ନିୟମ ଅନୁସାରେ ଏବେ ସିମ୍ ବିକ୍ରି କରୁଥିବା ଡିଲରଙ୍କ ଭେରିଫିକେସନ ଜରୁରି କରାଯାଇଛି। ନୂଆ ସିମ୍ ବିକ୍ରି କରିବା ପାଇଁ ଡିଲରଙ୍କୁ ରେଜିଷ୍ଟ୍ରେଡ୍ ହେବାକୁ ପଡିବ।
ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ (ଡିଓଟି) ଦ୍ୱାରା କରାଯାଇଥିବା ନିୟମରେ ସିମକାର୍ଡ ବିକ୍ରେତା ଗ୍ରାହକଙ୍କଠାରୁ ଠିକ୍ ରୂପେ କେୱାଇସି କରିବା ପାଇଁ ବିଶେଷ ଧ୍ୟାନ ଦେବେ। ଏହା ସହିତ ନିୟମରେ କେହି ଏକ ସଙ୍ଗରେ ଏକାଧିକ ସିମ୍ କ୍ରୟ କରିପାରିବେନି କି କେହି ବିକ୍ରି କରିପାରିବେନି। ଏହା ଛଡା ଗୋଟିଏ ଆଇଡିରେ ସୀମିତ ସଂଖ୍ୟାରେ ସିମ୍ କାର୍ଡ ଇସ୍ୟୁ କରାଯିବ। ଯଦି ଏହି ସବୁ ନିୟମକୁ କେହି ଧ୍ୟାନ ନ ଦିଏ, ଏଥି ପାଇଁ ଆପଣଙ୍କୁ ଜେଲ ବି ଯିବାକୁ ପଡିପାରେ।
{"id":875944,"sizeSlug":"full","linkDestination":"none"}
ଏହି ନିୟମ ଅନୁସାରେ ସବୁ ପଏଣ୍ଟ ଅଫ ସେଲ (ପିଓଏସ୍) ଅର୍ଥାତ ସିମ୍ ବିକ୍ରେତାଙ୍କୁ ନଭେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବା ବାଧ୍ୟତା ମୂଳକ। ଯଦି ନିୟମରେ କୌଣସି ପ୍ରକାରର ଉଲ୍ଲଂଘନ ହୁଏ ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ବି ପଡିପାରେ। ସେହିପରି ଗୁରୁତର ମାମଲାରେ ଜେଲ ଯିବାକୁ ବି ପଡିପାରେ। ନକଲୀ ସିମ୍ କାର୍ଡ ବିକ୍ରେତାଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଡିଓଟି ଗତ ସେପ୍ଟେମ୍ବର ମାସରୁ ସର୍କୁଲାର ଜାରି କରିଥିଲେ। ଏହି ସର୍କୁଲାରରେ ଭାରତରେ ସିମ୍ କାର୍ଡ ବିକ୍ରି କରିବା ଓ ବ୍ୟବହାର କରିବା ନିୟମରେ ପରିବର୍ତ୍ତନ କରାଯାଇଥିଲା।
ନୂଆ ନିୟମ ଅନୁସାରେ ଏବେ କେହି ବହୁଳ ଭାବେ ସିମକାର୍ଡ ଜାରି କରିପାରିବେନି। ସିମ୍ କାର୍ଡ ବନ୍ଦ ହେବାର ୯୦ ପରେ ଯାଇ ନମ୍ବର ଆଉ କାହାକୁ ଆଲର୍ଟ ହୋଇ ପାରିବ। କେବଳ ବ୍ୟବସାୟୀକ କନେକ୍ସନ ମାଧ୍ୟମରେ ବହୁଳ ଭାବେ ସିମକାର୍ଡ କ୍ରୟ କରାଯାଇପାରିବ। ବର୍ତ୍ତମାନର ନମ୍ବର ଅନୁସାରେ ସିମକାର୍ଡ କ୍ରୟ କରିବା ପାଇଁ ଆଧାର ସ୍କାନିଂ ଜରୁରି। ଏହା ଛଡା ଡେମୋ ଗ୍ରାଫିକ ଡାଟା ସଂଗ୍ରହ ମଧ୍ୟ ଜରୁରି ହେବ। ନୂଆ ନିୟମରେ ଗୋଟିଏ ଆଧାରକାର୍ଡରେ ସର୍ବାଧିକ ୯ଟି ସିମକାର୍ଡ ବ୍ୟବହାର କରାଯାଇ ପାରିବ। ତେବେ ଜମ୍ମୁ-କାଶ୍ମୀର, ଆସାମ ସହିତ ପୂର୍ବୋତ୍ତର ରାଜ୍ୟରେ ଗୋଟିଏ ଆଧାରରେ ୬ଟି ସିମ୍ ବ୍ୟବହାର ହୋଇପାରିବ।