ଚୀନ୍‌ରେ ଆଉ ହେବନି ନଭଶ୍ଚୁମ୍ବି ଭବନ ନିର୍ମାଣ, କଟକଣା ଜାରି କଲେ ସରକାର, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | July 08, 2021 IST

ବେଜିଂ : କେତେକ ନିର୍ମାଣ ପ୍ରକଳ୍ପର ଗୁଣବତ୍ତା ସାର୍ବଜନିକ ସୁରକ୍ଷା ଲାଗି ଚିନ୍ତାକାରଣ ହେବା ପରେ ଚୀନ୍ ସରକାର ୫ଶହ ମିଟର (୧,୬୪୦ଫୁଟ)ରୁ ଅଧିକ ଉଚ୍ଚ ନିର୍ମାଣ ଉପରେ କଟକଣା ଜାରି କରିଛନ୍ତି। ବେଜିଂର ପ୍ରମୁଖ ଅର୍ଥନୈତିକ ଯୋଜନା ସଂସ୍ଥା ଜାତୀୟ ବିକାଶ ଏବଂ ସଂସ୍କାର କମିଶନ ମଙ୍ଗଳବାର ଏକ ବିଜ୍ଞପ୍ତିରେ ସୂଚିତ କରିଥିବା ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡିଛି।

{"id":477524,"sizeSlug":"large","linkDestination":"none"}

ସ୍ଥାନୀୟ ଅଧିକାରୀଙ୍କ ଉଚିତ ନିରୀକ୍ଷଣ ଅଭାବରୁ ସାର୍ବଜନିକ ସୁରକ୍ଷା ଲାଗି ଉପୁଜିଥିବା ବିପଦର ଉଦାହରଣ ଦେଇ ଶୀର୍ଷ ଆର୍ଥିକ ଯୋଜନାକାର ୨୫୦ ମିଟରରୁ ଅଧିକ ଉଚ୍ଚ ଅଟ୍ଟାଳିକା ନିର୍ମାଣକୁ କଡ଼ାକଡି ସୀମିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୦୦ ମିଟରରୁ ଅଧିକ ଉଚ୍ଚ ଅଟ୍ଟାଳିକା ଯେଉଁ ସ୍ଥାନରେ ନିର୍ମାଣ ହେବ ସେହି ଅଟ୍ଟାଳିକା ସହରର ମାନକ ପୂରଣ କରିବା ସହ ସେଥିରେ ଅଗ୍ନି ଦୁର୍ଘଟଣା ଜନିତ ଉଦ୍ଧାର ପରିଚାଳନାର ବ୍ୟବସ୍ଥା  ମଧ୍ୟ ଜରୁରି କରିଛନ୍ତି।

{"id":477525,"width":836,"height":470,"sizeSlug":"large","linkDestination":"none"}

ଏହି ନିଷ୍ପତ୍ତି ମୁଖ୍ୟତଃ ନିରାପତ୍ତା ସମ୍ପର୍କିତ ବୋଲି ହଙ୍ଗକଙ୍ଗ ବିଶ୍ୱବିଦ୍ୟାଳୟଙ୍କ  ଆଇନ ବିଭାଗ ପ୍ରଫେସର କହିଛନ୍ତି। ତେବେ ଚୀନ୍‌ରେ ଗଗନଶ୍ଚୁମ୍ବି ଅଟ୍ଟାଳିକା ନିର୍ମାଣ ମେୟରମାନଙ୍କ ସିଗ୍ନେଚର ପ୍ରୋଜେକ୍ଟ ଭଳି। ଯାହା ସବୁ ଦୃଷ୍ଟିରୁ ସୁରକ୍ଷିତ ହେବା ଜରୁରି ବି ନୁହେଁ। ସାରା ବିଶ୍ୱରେ ୫୦୦ ମିଟରରୁ ଅଧିକ ଉଚ୍ଚା ମାତ୍ର ୧୦ଟି ଅଟ୍ଟାଳିକା ଅଛି।  ଖାସ ଏହିକାରଣରୁ ଅଧାରୁ ଅଧିକ ଗଗନଶ୍ଚୁମ୍ବି ଭବନ ଚୀନ୍‌ ମୁଖ୍ୟ ଭୂଭାଗରେ ଗଢିଉଠିଥିବା ପ୍ରଫେସର କହିଛନ୍ତି। 

{"id":477526,"sizeSlug":"large","linkDestination":"none"}

ତେବେ ଏହି ନିର୍ଦ୍ଦେଶନାମା ଶେନଝେନ୍‌ ଇଲେକ୍ଟ୍ରେନିକ୍ସ ଗ୍ରୁପ ପ୍ଲାଜା  ଘଟଣା ପରେ ଜାରି ହୋଇଛି। ଚୀନ୍‌ର ଗଗନଚୁମ୍ବି ଭବନମାନଙ୍କ ମଧ୍ୟରେ ଏହି ପ୍ଲାଜା ମଧ୍ୟ ରହିଛି ଯାହାର ଉଚ୍ଚତା ୩୦୦ ମିଟର(୯୮୦ଫୁଟ)। ଗତ ମେ ୧୮ ତାରିଖ ଦିନ ଏହି ବିରାଟ ଅଟ୍ଟାଳିକାଟି ଦୋହଲିବାରୁ ଏହାକୁ ଖାଲି କରିଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କ ମୋବାଇଲ କ୍ୟାମେରାରେ ଭବନଟି ତା ନିଅଁ ଉପରେ ଦୋହଲୁଥିବାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। କର୍ତ୍ତୃପକ୍ଷଙ୍କ ନଜର ପଡିବା ପରେ ଏ ବାବଦେ ଏବେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

{"id":477527,"width":836,"height":557,"sizeSlug":"large","linkDestination":"none"}

ଚୀନରେ ଉଚ୍ଚ ଅଟ୍ଟାଳିକା ଧସିପଡିବା କିଛି ନୂଆ କଥା ନୁହେଁ। ଦ୍ରୁତ ସହରିକରଣ ଓ ଏଥିଲାଗି ଚାଲିଥିବା ପ୍ରତିଯୋଗୀତାମୂଳକ ନିର୍ମାଣରେ ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଏଣୁ ଗତବର୍ଷ ଚୀନ୍‌ ଅଧିକାରୀମାନେ ରାଜଧାନୀ ବେଜିଂରେ ୫୦୦ ମିଟରରୁ ଅଧିକ ଉଚ୍ଚ ନିର୍ମାଣ ଉପରେ କଟକଣା ଜାରି କରିଥିଲେ। ବିଶ୍ୱସ୍ତରୀୟ ମଡେଲିଂ ବଦଳେ ଚୀନ୍‌ ବିଶେଷତାକୁ ପ୍ରମାଣିତ କରୁଥିବା ଭବନ ନିର୍ମାଣ ଉପରେ  ଅଧିକାରୀ ଓ ସହର ଯୋଜନାକାରମାନେ ଏବେ ପ୍ରାଧାନ୍ୟ ଦେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.