ବଣାଇ ୨୫/୦୯: ରାଉରକେଲା ପୋଲିସ୍ ଜିଲ୍ଲା ମହୁଲପଦା ଥାନାର ବଡ଼ଜଲ ସ୍କୁଲକୁ ଗତ ୪ ଦିନ ହେଲାଣି କବ୍ଜା କରି ରଖିଛି ଜଣେ ଦୃର୍ବୃତ୍ତ । ଏମିତିକି ମଙ୍ଗଳବାର ତୀର ମାଡ଼ରେ ମହୁଲପଦା ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ ହୋଇଥିବା ବେଳେ, ବଣାଇଁ ହସପିଟାଲରେ ଚିକିତ୍ସା ପରେ ଫେରୁଛନ୍ତି । ହେଲେ ଏବେବି ଦୁର୍ବୃତ୍ତ ପୋଲିସ୍ ଉପରକୁ ତୀର ମାଡ କରି ଚାଲିଛି ।
ପାଖାପାଖି ୧୮ଟି ତୀର ପୋଲିସ୍ ଉପରକୁ ଚଳାଇଛି ଦୁର୍ବୃତ୍ତ । ତେବେ ତୀରକୁ ଜବତ କରିଛି ପୋଲିସ୍ । ଅନ୍ୟପଟେ ଦୁର୍ବୃତ୍ତ ସ୍କୁଲକୁ କବଜା କରିବା ପରେ ତିନି ଦିନ ହେଲା ଅନ୍ୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଘଟଣାକୁ ଗୁରୁତର ସହକାରେ ନେଇ ଘଟଣା ସ୍ଥଳରେ ଏସଡିପିଓଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ୍ କୁକୁର ଉପସ୍ଥିତ ଅଛନ୍ତି । ରାତି ସାରା ପ୍ରୟାସ୍ ପରେ ମଧ୍ୟ ଏବେବି ସ୍କୁଲ୍ ମଧ୍ୟରେ ଲୁଚି ରହିଛି ଦୁର୍ବୃତ୍ତ । ହେଲେ ସେ ଦୁର୍ବୃତ୍ତ କାହିଁକି ଏମିତି କରୁଛି ତାହା କେହି କହି ପାରୁନାହାନ୍ତି । ହେଲେ ଆଜି ପ୍ରଥମ ଥର ଲାଗି ଛାତକୁ ଆସି ୮ ରୁ ୧୦ ପେଜ ବିଭିନ୍ନ ସମସ୍ୟା ଉପରେ ଲେଖି ଦେଇଛି ଦୁର୍ବୃତ୍ତ ।
ସୁଚନାଥାଉକି, ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡ଼ଯଲ ଠାରେ ଫୁଲଝର ଗ୍ରାମର ଧନି ମୁଣ୍ଡା ନାମକ ବ୍ୟକ୍ତି ଉତ୍ପାତ ଚଳାଇଛି । ଗତ ରବିବାର ଦିନ ଠାରୁ ବିଦ୍ୟାଳୟକୁ ଧନୁତୀର, ବାଟୁଳି , ପଥର ଧରି ସ୍କୁଲରେ ପହଞ୍ଚିଥିଲା ଓ ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ସହ ବଚସା କରିଥିଲା ତାପରେ ବାଟୁଳି ମାରି ମୁଣ୍ଡ ଫଟାଇ ଦେଇଥିଲା । ସ୍କୁଲ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ସାମଗ୍ରୀ ଥିବା ରୋଷେଇ ଘରର କବାଟ ଭାଙ୍ଗି ଛାତ ଉପରକୁ ଚଢିଥିଲା ଓ ଏଇଟା ମୋ ଘର କହି ଦୁଇ ଦିନ ହେଲା ସେଠାରେ ରହିଥିବା ବେଳେ ଆଜି ତାକୁ ଛାତରୁ ଓଲହେବା ପାଇଁ ଲୋକେ କହିବାରୁ ତାଙ୍କ ଉପରକୁ ଧନୁ ତିରରେ ତୀର ମାଡ କରିଥିସା ।
ଫଳରେ ଲୋକେ ଭୟଭୀତ ହୋଇ ଥାନାରେ ଜଣାଇଥିଲେ ଏନେଇ ଥାନା ଅଧିକାରୀଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଢୀରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା । ଯାହା ଫଳରେ ତୀର ଆସି ତାଙ୍କ ହାତରେ ବାଜିଥିଲା ଫଳରେ ସେ ଆହତ ହୋଇ ଥିଲେ ତାଙ୍କୁ ତୁରନ୍ତ ବଣେଇ ଚିକିତ୍ସାଳୟକୁ ଅଣାଯାଇ ପ୍ରାଠମିକ ଚିକିତ୍ସା କରାଯାଇଥିଲା ।
ଘଟଣା ସ୍ଥଳକୁ ବଣେଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ ବିଫଳ ହୋଇ ଥିଲେ କାରଣ ତିନି ତାଲା ଛାତ ଘର ହୋଇ ଥିବାରୁ ତାକୁ କାବୁ କରିବାରେ ବିଫଳ ହୋଇ ଥିବା ଜଣାପଡିଛି । ଏଭଳି ଉନ୍ମକ୍ତ କାଣ୍ଡ ପାଇଁ ଭୟରେ ଛାତ୍ର ଛାତ୍ରୀ ସ୍କୁଲ ଯିବା ପାଇଁ ଡରୁଛନ୍ତି।