Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଖଡ଼ଗେଙ୍କ ରାବଣ ମନ୍ତବ୍ୟରେ ଜବାବ ଦେଲେ ମୋଦୀ, କହିଲେ ରାମ ଭକ୍ତଙ୍କ ଭୂମିରେ କଂଗ୍ରେସ ମୋତେ ରାବଣ କହି…

1/12/2022 at 4:39 PM

ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନ ପ୍ରଚାର ଜାରି ରଖିଛି ବେଜେପି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଲି କରି କଂଗ୍ରେସ ନେତା ଅମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାବଣ ମନ୍ତବ୍ୟକୁ ନେଇ ପାଲଟା ଟାର୍ଗେଟ୍ କରିଛନ୍ତି।

ରାମ ଭକ୍ତଙ୍କ ମାଟିରେ ଜଣଙ୍କୁ ରାବଣ କହିବା ଠିକ୍ ନୁହେଁ ବୋଲି ମୋଦୀ କହିଛନ୍ତି। ଗୁଜରାଟର ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ମୋଦୀ।

ମୋଦୀ ଆହୁରି କହିଛନ୍ତି “ମୋଦୀକୁ କିଏ ଅଧିକ ଅପମାନିତ କରିପାରିବ ସେଥିପାଇଁ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଛି। ବଡ଼ ଅପମାନ ଦେଇ ପାରିବ କଡ଼ା ଅପମାନ ଦେଇପାରିବ।” ଗୁଜୁରାଟର କାଲୋଲରେ ରାଲି କରି ଏପରି କହିଛନ୍ତି ମୋଦୀ।

ଗତକାଲି ନିର୍ବାଚନ ପ୍ରଚାରରେ ଆସିଥିବା କଂଗ୍ରେସ ନେତା ଖଡ଼ଗେ ମୋଦୀଙ୍କୁ ସମାଲୋଚନା କରିଥିଲେ। ମୋଦୀ କେବଳ ତାଙ୍କ କଥା କୁହନ୍ତି। ଯେଉଁଠି ଭୋଟ୍ ସେ ସେଇଠି ଦେଖା ଯାଆନ୍ତି ବୋଲି ଖଡ଼ଗେ କହିଛନ୍ତି। ୧୦୦ ମୁଣ୍ଡ ଥିବା ରାବଣକୁ ଦେଖିଛନ୍ତି ଆପଣ ? ସେହିପରି କଂଗ୍ରେସ ନେତା ମୁଧୁସୁଦନ ମିସ୍ତ୍ରୀ ମଧ୍ୟ ମୋଦୀଙ୍କୁ ସମାଲୋଚନା କରିଥିଲେ। ଆଜି ଏହାର ଜବାବ ଦେଇଛନ୍ତି ମୋଦୀ। କଂଗ୍ରେସ ଏକଥା ଜାଣିନି ଯେ ଗୁଜୁରାଟ ରାମ ଭକ୍ତଙ୍କ ଭୂମି। ଏଠି ସେ ମୋତେ ୧୦୦ ମୁଣ୍ଡ ଥିବା ରାବଣ କହୁଛନ୍ତି। ରାମ ଭକ୍ତଙ୍କ ଭୂମିରେ ମୋତେ ରାବଣ କହିବା ଠିକ୍ ନୁହେଁ ବୋଲି ମୋଦୀ କହିଛନ୍ତି।

   Related Posts