ଆଖି ପାଇଁ ଏତେ ତରତର ଯେ ଭୁଲିଗଲେ ସବୁ ନିୟମ , ସନ୍ଧ୍ୟା ପରେ କଲେ ଶବ ବ୍ୟବଛେଦ – ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | November 18, 2019 IST

ଭଦ୍ରକ୧୮|୧୧: ଆଖି ନେବାକୁ ଏତେ ତରତର ହେଲେ  ଯେ ଭୁଲିଗଲେ ସବୁ ନିୟମ । ଠିକ ନାମ ବଦଳରେ ଡାକ ନାମ ନେଇ ଚକ୍ଷୁ ଦାନ ସାର୍ଟିଫିକେଟ ଦେଲେ । ପୁଣି ସବୁ ନିୟମକୁ ଉଲଂଘନ କରି ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଛେଦ କରିଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଟାଉନଥାନା ବାଗୁରାଇ ଆଦିବାସୀ କଲୋନୀ ମୃତ ବୀର ଗାଗାରାଇ ଓରଫ ନଣ୍ଡା ଗାଗାରାଇ ଙ୍କ ପରିବାର ରୁ ।

{"id":185997,"sizeSlug":"large"}

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏବେ ସ୍ବଇଛାରେ ଚକ୍ଷୁଦାନ କରିଥିବା ଦର୍ଶାଇ ଆଖି ତାଡି ନେଇଥିବା ଘଟଣାରେ ନୂଆନୂଆ ତଥ୍ୟ ସାମ୍ନା କୁ ଆସିଲାଣି । ତେବେ ସବୁ ଅଭିଯୋଗ ଯଦି ସତ ତେବେ ଅଙ୍ଗଦାନ ପାଇଁ କଣ ସତରେ ରାକେଟ ସକ୍ରିୟ । ଆସନ୍ତୁ ଦେଖିବା  ଅଜାଣତରେ ଆଖି ତାଡି ନେବା ଘଟଣା ପଛର ସତ ।

{"id":185998,"sizeSlug":"large"}

ସନ୍ଧ୍ୟା ପରେ ଶବ ବ୍ୟବଛେଦ ହେବ ନାହିଁ । ପୁଣି କାଲି ସକାଳେ ସେ ଶବ ବ୍ୟବଛେଦ ପରେ ମୃତଦେହ ଘରକୁ ନେବ । ପୁଣି କିଛି ସମୟ ପରେ ମୋବାଇଲ ବାର୍ତ୍ତାଳାପ ପରେ କହିଲେ ମୃତଦେହ ଆଣ ଗୋଟେ କି ଦୁଇଟା ଶବ ଅଛି ବ୍ୟବଛେଦ କରିଦେବା । ଏହି କାଗଜରେ ଦସ୍ତଖତ କର । ଏମିତି କହି ଡାକ୍ତର ସୂର୍ଯ୍ୟାସ୍ତ ପରେ ମଧ୍ୟ ଶବ ବ୍ୟବଚ୍ଛେଦ କଲେ ଆଉ ତାଡିନେଲେ ଆଖି ।

{"id":185999,"sizeSlug":"large"}

 ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି  ଚମ୍ପା ଗାଗାରାଇ । ଭଦ୍ରକ ସହର ର ବାଗୁରାଇ ଆଦିବାସୀ କଲୋନୀରେ ବୀର ଗାଗାରାଇ ଓରଫ ନଣ୍ଡା ଗାଗାରାଇଙ୍କ ଘର । ପାରିବାରିକ କଳହ ପାଇଁ ନଣ୍ଡା ଗତ ସାତ ତାରିଖରେ  ବିଷ ପିଇଦେଇଥିଲେ । ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା । 

{"id":186000,"sizeSlug":"large"}
{"id":186001,"sizeSlug":"large"}

୧୧ତାରିଖ ଦିନ ଏସସିବିରେ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା । ନଣ୍ଡାଙ୍କ ସ୍ତ୍ରୀ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ପରେ ଶବ ବ୍ୟବଛେଦ କରି ମୃତଦେହ ନେଇ ଘରକୁ ଆସିଥିଲେ । ଅନ୍ତିମ ସତ୍କାରବେଳେ ଶବ ଖୋଲିବାରୁ ଆଖି ନଥିବା ଦେଖିଥିଲେ । ପରେ ଗାଁର ଅନ୍ୟ ଲୋକଙ୍କୁ ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇଥିଲେ । ଜଣାପଡିଥିଲା ଯେ ନଣ୍ଡାଙ୍କ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁ ଦାନ କରିଛନ୍ତି ।

{"id":186002,"width":588,"height":842,"sizeSlug":"large"}

କିନ୍ତୁ ଏବେ ନୂଆ ତଥ୍ୟ ସମ୍ନାକୁ ଆସିଲାଣି । ତେବେ ଆଖି ନେବା ପାଇଁ କେମିତି ନଣ୍ଡାଙ୍କ ପରିବାରକୁ ତରବାରିଆ କରାଯାଇଛି । ନିୟମ ଅନୁଯାୟୀ ସୂର୍ଯ୍ୟାସ୍ତପରେ ଶବ ବ୍ୟବଛେଦ ହୋଇପାରିବ ନାହିଁ । ଯଦି ହେବ ଜିଲ୍ଲାପାଳ ଙ୍କ ସ୍ବତନ୍ତ ଅନୁମତି ଆବଶ୍ୟକ । କିନ୍ତୁ ଅଭିଯୋଗ ଶୁଣିଲା ପରେ ଲାଗୁଛି ଯେମିତି ଆଖି ପାଇଁ ଏତେ ବ୍ୟସ୍ତ ଯେ ସବୁ ନିୟମ କୁ ଉଲଂଘନ କରିଗଲେ ।

{"id":186003,"sizeSlug":"large"}

ମୃତ ବୀର ଗାଗାରାଇଙ୍କ ଡାକ ନାମ ନଣ୍ଡା । ଆଧାର କାର୍ଡରେ ମଧ୍ୟ ନାମ ବୀର ଗାଗାରାଇ ରହିଛି । କିନ୍ତୁ ମେଡିକାଲରେ ତାଙ୍କୁ ଭର୍ତ୍ତି କରିବା ବେଳେ ତାଙ୍କ ନାମ ନଣ୍ଡା ଗାଗାରାଇ ଲେଖା ହୋଇଛି । ତେବେ  ଏଲ ଭି ପ୍ରସାଦ ତରଫରୁ ମିଳିଥିବା ଚକ୍ଷୁ ଦାନ ସାର୍ଟିଫିକେଟରେ ବିନା ଯାଞ୍ଚରେ ତାଙ୍କ ନାମ ନଣ୍ଡା ଗାଗାରାଇ ଲେଖା ଯାଇଛି ।

{"id":186004,"sizeSlug":"large"}

ତେବେ ୧୯୯୪ ମସିହାରେ ମାନବ ଅଙ୍ଗ ପ୍ରତିରୋପଣ ଆଇନ ପ୍ରଣୟନ ହୋଇଛି । ଯେଉଁଥିରେ ମାନବ ଅଙ୍ଗ ପ୍ରତିରୋପଣ ପାଇଁ ଆଇନ ରହିଛି । ଯେଉଁଥିରେ ଅଙ୍ଗ ଦାନ ବେଳେ ମୃତ୍ୟୁ ପୂର୍ବରୁ ମୃତ ବ୍ୟକ୍ତି ଙ୍କ ଲିଖିତ ଅନୁମତି ଆବଶ୍ୟକ । ମୃତକଙ୍କ ଅଙ୍ଗ ଦାନ ପାଇଁ ମୃତକଙ୍କର ଜଣେ ନିକଟ ସମ୍ପର୍କୀୟ ଓ ଅନ୍ୟ ଜଣେ ସାକ୍ଷୀ ମଧ୍ୟ ଆବଶ୍ୟକ । 

{"id":186005,"sizeSlug":"large"}

ପରିବାର ଲୋକଙ୍କ ଅଭିଯୋଗ ପରେ ଆଇଜିଙ୍କ ନିର୍ଦେଶ ପରେ ଭଦ୍ରକ ଟାଉନ ପୋଲିସ ୩୫୪/୧୯ ନମ୍ବର କେସ ରୁଜୁ କରିଛି । ଏଲ ଭି ପ୍ରସାଦ ର କର୍ମଚାରୀ ଙ୍କୁ ତଦନ୍ତ ପରିସରଭୁକ୍ତ କରିବାନେଇ  ବୋଲି ସୂଚନା ମିଳିଛି । ଏହି ଘଟନାରେ  ମିଳିତ ଭାବେ ଚକ୍ରାନ୍ତ କରି ଆଖି ତାଡିନେବା ପାଇଁ 120 B , ଠକେଇ ପାଇଁ 420 ଓ ମଣିଷ ଅଙ୍ଗ ପ୍ରତିରୋପଣ ଆଇନ ଉଲ୍ଲଂଘନ  18 ଆଇ ପି ସି  ଦଫା ଲଗାଇଛି । ତଦନ୍ତ ପରେ ଆହୁରି ଦଫା ଲାଗିପାରେ ।ପୋଲିସ ଅଭିଯୋଗକାରୀଙ୍କୁ ଭେଟି ବୟାନ ମଧ୍ୟ ରେକର୍ଡ କରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ ।

{"id":186006,"sizeSlug":"large"}

ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏବେ ସ୍ବଇଛାରେ ଅଙ୍ଗଦାନ ନାମରେ ଏତେ ଚଞ୍ଚକତା ଚିନ୍ତା ଜଣକ । ତେବେ ଅଙ୍ଗଦାନ ପାଇଁ ଇଚ୍ଛା କରୁଥିବା ଲୋକେ କଣ ଏହି ଘଟଣା ପରେ ଆଉ ମନ ବଳାଇବେ । ଯାହା ବି ହେଉ କିନ୍ତୁ ଠିକ ତଦନ୍ତ ହେଉ ଏବଂ ପ୍ରକୃତ ଘଟଣା ପଦାକୁ ଆସୁ । ନହେଲେ ଅଙ୍ଗଦାନ ନାମରେ ରାକେଟ ସକ୍ରିୟ ଯେ ନଥିବେ ସେ କଥା କିଏ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.