ନ୍ୟୁୟର୍କ, ୨୭|୦୩: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ବେରାେଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଠାରେ ଗୋଟିଏ ସପ୍ତାହରେ ୩୦ ଲକ୍ଷ ଲୋକ ବେକାରୀ ତଲିକାରେ ନିଜର ପଞ୍ଜୀକରଣ କରିଛନ୍ତି । ଆମେିକା ଶ୍ରମ ବିଭାଗର ଏହି ତଥ୍ୟ ସମସ୍ତଙ୍କୁ ଚକିତ କରିଛି । ପୂୂର୍ବରୁ କେବେ ଏତେ ସଂଖ୍ୟାରେ ଲୋକ ନିଜକୁ ବେରୋଜଗାରୀ ତାଲିକାରେ ଅନ୍ତର୍ଭୁକ୍ତ କରିନଥିଲେ । ଏହା ପୂର୍ବରୁ ୧୯୮୨ରେ ୭ ଲକ୍ଷ ଲୋକ ବେରୋଜଗାରୀ ତାଲିକାରେ ନାମ ପଞ୍ଜିକରଣ କରିଥିଲେ । ଏଠାରେ କରୋନା ସଂକ୍ରମଣ ପାଇଁ ସିନେମା ହଲ୍, ବାର୍, ରେଷ୍ଟୁରାଣ୍ଟ, ହୋଟେଲ ଆଦି ବବନ୍ଦ କରିଦିଆଯାଇଛି । କାର କମ୍ପାନୀ ମଧ୍ୟ ଉତ୍ପାଦନ ବନ୍ଦ କରିଦେଇଛନ୍ତି । ଏପରିକି ବିମାନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । କରୋନା ଆତଙ୍କ ପାଇଁ ବେରୋଜଗାରୀ ଦର ୩.୬ ପ୍ରତିଶତ ସହ ୫୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଁଚିଛି ।
{"id":244676,"width":749,"height":499,"sizeSlug":"large"}ଆମେରିକା ବିଦେଶରେ ମୁତୟନ କରିଥିବା ୯୦ ହଜାର ସୈନିକଙ୍କ ମୁଭମେଣ୍ଟ୍ ଉପରେ ୬୦ ଦିନ ପାଇଁ ରୋକ ଲଗାଇଛି । ଦେଶରେ ଏବେ ସୁଦ୍ଧା ୭୦୫୪ଟି ମାମଲା ଆସିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ପ୍ରାଣ ହରାଇଛନ୍ତି ।
ସେହିପରି ବ୍ରିଟେନ ପୋଲିସ ଦେଶର ସମସ୍ତ ସୀମାକୁ ସିଲ୍ କରିଦେଇଛି । ବିଭିନ୍ନ ମୁଖ୍ୟ ରାସ୍ତାରେ ସମସ୍ତ ଗାଡିମଟରକୁ ଯାଂଚ କରୁଛି । କେବଳ ଖାଦ୍ୟ ଓ ଔଷଧ ଗାଡିକୁ ସହର ମଧ୍ୟକୁ ପ୍ରବେଶ ଅନୁମତି ମିଳିଛି ।