scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଡିଡାସ ସହ ମିଶି ଭାରତରେ ବ୍ୟବସାୟ ବଢ଼ାଇବା ବାଟା: ଖବର ପ୍ରକାଶ ପରେ ବଢ଼ିଲା କମ୍ପାନୀ ଶେୟାର

17/08/2023 at 5:18 PM

Bata Addidas

ନୂଆଦିଲ୍ଲୀ: ଭାରତ ବଜାରରେ ବ୍ୟବସାୟ ବୃଦ୍ଧି କରିବାକୁ ଆଡିଡାସ ସହିତ ହାତ ମିଳାଇବେ ବାଟା। ଏନେଇ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି। ଜୋତା ନିର୍ମାତା କମ୍ପାନୀ ବାଟା ଓ ଖେଳ ସମ୍ପର୍କିତ ପୋଷାକ ଓ ଜୋତା ନିର୍ମାତା ଆଡିଡାସ୍‌ ମଧ୍ୟେ ପାର୍ଟର୍ସିପ୍ ହେବା ଖବର ଆସିବା ପରେ ବାଟା ଶେୟାର୍‌ରେ ୫ ପ୍ରତିଶତ  ବୃଦ୍ଧି ଦେଖିବାକୁ ମିଳିଛି। ଏଏନ୍‌ବିସି ଟିଭି-୧୮ରେ ଖବର ପ୍ରକାଶ ପାଇଛି।

ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଆଗକୁ ବଢ଼ଛି। ବର୍ତ୍ତମାନେ ଅନ୍ତିମ ନିଷ୍ପତ୍ତି ଉପରେ ଆଲୋଚନା ଜାରି ରହିଛି ବୋଲି ସିଏନ୍‌ବିସି ଟିଭି-୧୮ ରିପୋର୍ଟ ପ୍ରକାଶ କରିଛି। ଏହି ଖବର ଆସିବା ପରେ ବାଟା କମ୍ପାନୀର ଶେୟାରରେ ଆଜି ୫% ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ବାଟା ସେୟାର ୧,୭୩୯ ଟଙ୍କା ବନ୍ଦ ହୋଇଥିଲା। ଗତ କିଛି ମାସରେ କମ୍ପାନୀର ଶେୟାର୍‌ରେ ୨୦% ରୁ ଅଧିକ ଲାଭ କରିଛି।

ପଢ଼ନ୍ତୁ-ଚାର୍ଜିଂ ଆଇଫୋନ୍‌ ପାଖରେ ଶୁଅନ୍ତୁ ନାହିଁ, ସତର୍କ ସୂଚନା ଜାରି କଲା ଆପଲ

ବଟା ଇଣ୍ଡିଆ ଲିମିଟେଡର ଏମଡି ତଥା ସିଇଓ ଗୁଞ୍ଜାନ ଶାହା କହିଛନ୍ତି ‘ବାଟା ଇଣ୍ଡିଆରେ, ଆମେ ସବୁବେଳେ ଆମର ଷ୍ଟୋର ଏବଂ ୱେବସାଇଟରେ ଗ୍ରାହକଙ୍କ ଅଭିଜ୍ଞତାକୁ ଭଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉ। ଆମେ ଗ୍ରାହକମାନଙ୍କ ପାଇଁ ଏକ ବାଟା  ସୁ କେୟାର ପ୍ରୋଗ୍ରାମ, ବାଓ ନାଁ ପେ ଲେଟର ଏବଂ ବାଟା ୱାଲେଟ୍ ବ୍ୟବସ୍ଥା ବି ଲାଗୁ କରିଛୁ। ତେବେ ଆଡିଡାସ ସହ ଭାଗିଦାରିତାକୁ ନେଇ କମ୍ପାନୀର ଏମ୍‌ଡି କୌଣସି ସୂଚନା ଦେଇ ନାହାନ୍ତି।।

ଭାରତରେ ବାଟା ଇଣ୍ଡିଆ ନିଜକୁ ଏକ ସବୁଠାରୁ ବଡ ଜୋତା ଖୁଚୁରା ବ୍ୟବସାୟୀ ଭାବରେ ପ୍ରତିଷ୍ଠିତ କରିଛି। ଭାରତର ୭୦୦ ଟି ସହରରେ ୨,୧୦୦ରୁ ଅଧିକ ଷ୍ଟୋର ରହିଛି। ବାଟର ଷ୍ଟୋରଗୁଡିକ କେବଳ ବଡ଼ ବଡ଼ ସହର ନୁହେଁ, ଛୋଟ ସହରରେ ବି ଏହାର ଷ୍ଟୋର ରହିଛି।

ପଢ଼ନ୍ତୁ-ରେଲୱେକୁ କେନ୍ଦ୍ରର ବଡ଼ ଉପହାର, ୩୨ ହଜାର କୋଟିରେ ବଦଳିବ କାୟାକଳ୍ପ

   Related Posts