ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ଲେନ୍‌ ଲ୍ୟାଣ୍ଡିଂ ଗିୟରରେ ପଶି ଆଫଗାନ୍‌ ଫୁଟବଲ୍‌ ଖେଳାଳି ମୃତ, ମିଳିଲା ଖଣ୍ଡ ବିଖଣ୍ଡିତ ଶରୀର

19/08/2021 at 6:22 PM

କାବୁଲ୍‌ , ୧୮/୦୮: ତାଲିବାନ୍‌ କବଳରୁ ମୁକ୍ତି ପାଇବା ପାଇଁ ଅଫଗାନ୍‌ବାସୀଙ୍କ ମୃତ୍ୟୁ ସହ ଲଢ଼େଇ କରିବାର ଭିଡିଓ ଏବେ ଭାଇରାଲ୍‌ ହେଉଛି । ସାରା ବିଶ୍ୱ ଆଫଗାନ୍‌ ନାଗରିକଙ୍କ ଅବସ୍ଥା ଦେଖି ମର୍ମାହତ । ଦେଶରୁ ବାହାରକୁ ବାହାରିବା ପାଇଁ ସେମାନେ ମୃତ୍ୟୁକୁ ମଧ୍ୟ ଖାତିର କରୁନାହାନ୍ତି । ତିନିଦିନ ତଳେ ଆମେରିକାର ବାୟୁସେନା ବିମାନରେ ଯେଉଁଭଳି ଭାବେ ଲୋକ ଚଢ଼ୁଥିଲେ ଏବଂ ଏହା ଉପରକୁ ଉଡ଼ାଣ ଭରିବା ପରେ ଏଥିରୁ ୩ ଜଣ ଖସି ପଡ଼ିଥିବାର ଦୃଶ୍ୟ ପୃଥିବୀ ବାସୀଙ୍କୁ ଦୋହଲାଇ ଦେଇଛି । ଏହି ବିମାନରେ ଆଉ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ନିଶ୍ଚୟ ପ୍ରଭାବିତ କରିବ ।

ୟୁଏସ୍‌ର ଏହି ବିମାନରେ ଆଫଗାନ୍ ନାଗରିକ ଏହାର ଡେଣା ଉପରେ ବସି ଦେଶ ବାହାରକୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ବିମାନର ବିଭିନ୍ନ ଅଂଶକୁ ଧରି ପଳାଇବାକୁ ଉଦ୍ୟମ କରିଥିଲେ । ଏଥିସହିତ ବିମାନର ଲ୍ୟାଣ୍ଡିଂ ଗିୟର୍‌ ଭିତରେ ମଧ୍ୟ ଲୋକ ପଶି ଯିବାକୁ ଚେଷ୍ଟା କରିଥିଲେ ଏବଂ ଏଥିରେ ଆଫଗାନିସ୍ତାନର ଜଣେ ଫୁଟବଲର୍‌ ପ୍ରବେଶ କରିଥିଲେ । ପରେ ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ରନ୍‌ୱେରେ ପଡ଼ିଥିଲା ।

ଏହି ଖେଳାଳିଙ୍କ ନାମ ଜ୍ୟାକି ଆନ୍‌ଭାରି । ସେ ପ୍ରାଣ ବିକଳରେ  ଆମେରିକାର ବାୟୁସେନା ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶିଯାଇଥିଲେ । ବିମାନଟି ଲ୍ୟାଣ୍ଡିଂ ବେଳେ ଏଥିରୁ ଖଣ୍ଡି ବିଖଣ୍ଡିତ ଶରୀରର ଅଂଶ ଖସି ପଡ଼ିଥିଲା । ଯାହାକୁ ଚିହ୍ନଟ କରାଯିବା ପରେ ସେ ଆଫଗାନ୍‌ ଫୁଟ୍‌ବଲ୍‌ ଦଳର ଜଣେ ସଦସ୍ୟ ବୋଲି ଜଣାପଡ଼ିଥିଲା ।   

   Related Posts