ତୁର୍କୀର ଭୟଙ୍କର ଭୂମିକମ୍ପରେ ଘାନା ଫୁଟବଲରଙ୍କ ମୃତ୍ୟୁ, ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | February 18, 2023 IST

ନୂଆଦିଲ୍ଳୀ, ୧୮/୦୨: ତୁର୍କୀର ଭୟଙ୍କର ଭୂମିକମ୍ପରେ ପ୍ରାଣ ହରାଇଛନ୍ତି ଫୁଟ୍‌ବଲର କ୍ରିଷ୍ଟିଆନ୍ ଆଟ୍ସୁ। ଘାନାର ଫୁଟବଲ୍‌ ଖେଳାଳି ତଥା ନ୍ୟୁ କ୍ୟାସଲର ପୂର୍ବତନ ମିଡ୍‌ଫିଲ୍ଡର କ୍ରିଷ୍ଟ୍ରିଆନ୍ ଆଟ୍ସୁଙ୍କୁ ତୁର୍କୀ ଭୂମିକମ୍ପରେ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ଖବର ତାଙ୍କର ମ୍ୟାନେଜର୍ ସ୍ଥାନୀୟ ଗଣମାଧ୍ୟମକୁ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଟସୁଙ୍କ ଶବ ତୁର୍କୀରେ ତାଙ୍କ ଘରର ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଛି। ସୂଚନାଥାଉ ଏହା ପୂର୍ବରୁ ଭୂମିକମ୍ପର ତାଙ୍କୁ ଉଦ୍ଧାର କରାଯାଇଥିବା ନେଇ ଖବର ଆସିଥିଲା।

ମ୍ୟାନେଜର ମୂରନ ଉଜୁନ୍ମେହମେଟ ଶନିବାର ଗଣମାଧ୍ୟମକୁ କହିଛନ୍ତି। ଯେ ତାଙ୍କ ଶବ ତୁର୍କୀର ଦକ୍ଷିଣ ପ୍ରାନ୍ତର ହେଟେରୁ ଭଗ୍ନାବଂଶେଷ ତଳୁ ଉଦ୍ଧାର ହୋଇଛି। ତାଙ୍କର କିଛି ସାମଗ୍ରୀ ଏବଂ ଫୋନ୍ ମଧ୍ୟ ମିଳିଛି। ହତାୟେସ୍ପୋର ଫଟ୍‌ବଲ କ୍ଲବ୍‌ ଏଜେଣ୍ଟ ନାନା ସେଚେର ଟ୍ବିଟ୍‌ କରି କ୍ରିଷ୍ଟ୍ରିଆନ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ କହିବା ସହ ଦୁଃଖପ୍ରକାଶ କରିଛନ୍ତି ଏବଂ ଫ୍ୟାନଙ୍କ ପାଇଁ ଦୁଃଖଦ ଘଟଣା ବୋଲି କହିଛନ୍ତି। ଏହା ପୂର୍ବରୁ ଭୂମିକମ୍ପର କିଛି ସମୟ ପରେ ଆଟସୁଙ୍କୁ ଉଦ୍ଧାର କରାଯାଇଥିବା ନେଇ ହତାୟେସ୍ପୋର କ୍ଲବ୍‌ର ସଭାପତି ମୁସ୍ତାଫା ଓଜାକ୍ କହିଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ତାଙ୍କର ବଦଳି ହୋଇଥିଲା। ଆଉ ଏହାକୁ ମିଥ୍ୟା ବୋଲି କୁହାଯାଇଥିଲା।

ଆଟସୁ ନ୍ୟୁ କ୍ୟାସଲ ୟୁନାଇଟେଡ୍‌ ଏବଂ ଏଭରଟନ୍ ପାଇଁ ଇଂଲିଶ ପ୍ରେମିୟର ଲିଗ୍‌ରେ ମଧ୍ୟ ଖେଳିଛନ୍ତି। ସେ ସେପ୍ଟେମ୍ବରରେ ହତାୟେସ୍ପୋରରେ ଯୋଗ ଦେଇଥିଲେ। ଏହା ସହ ୨୦୧୯ ରେ ସେ ଘାନା ପାଇଁ ନିୟୋଜିତ ହୋଇଥିଲେ। କିନ୍ତୁ ସେ ଅଧିକାରୀକ ଭାବରେ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ନେଇନାହାଁନ୍ତି।

ସୂଚନାଯୋଗ୍ୟ, ତୁର୍କୀରେ ଭୟଙ୍କର ଭୂମିକମ୍ପରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଚି। ଅନେକ ଲୋକ ଆହତ ହୋଇଛନ୍ତି। ବିରାଟ ବିରାଯ ଅଟ୍ଟାଳିକା, ଐତିହ୍ୟ ସ୍ଥଳ ଆଦି କ୍ଷତିଗ୍ରସ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.