୧୧,୦୦୦ ଫୁଟ୍ ଉଚ୍ଚରେ ନିର୍ମାଣ ହେଲା ଫୁଟବଲ ଷ୍ଟାଡିୟମ, ଦର୍ଶକଙ୍କ ମନମୋହୁଛି ଅତୁଳନୀୟ ସୁନ୍ଦରତା

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ /୦୧ :  ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଥିବା କ୍ରିକେଟ୍ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ଭାରତର ଧର୍ମଶାଳାରେ ରହିଛି । କିନ୍ତୁ ଏବେ ଗୋଟିଏ ଫୁଟବଲ ଷ୍ଟାଡିୟମ ଏହି ସୂଚୀରେ ସାମିଲ ହୋଇଛି । କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖର ଲେଖରେ ଏକ ଫୁଟବଲ ଷ୍ଟାଡୟମ ନିର୍ମାଣ କରିଛନ୍ତି କେନ୍ଦ୍ର ସରକାର । ଲେହର ପ୍ପିଟୁକରେ ପାହାଡ ଘେରା ଭିତରେ ନିର୍ମାଣ ହୋଇଛି ଏହି ସୁନ୍ଦର ଷ୍ଟାଡିୟମ।

କେନ୍ଦ୍ର ଖେଳ ମନ୍ତ୍ରୀ ଅନୁରାଜ ସିଂ ଠାକୁର ଏହି ଷ୍ଟାଡିୟମର ଆକାଶ ମାର୍ଗର ଗୋଟିଏ ଫଟୋ ସେୟାର କରିଛନ୍ତି । ଏହି ଫୁଟବଲ ଷ୍ଟାଡିୟମକୁ ସମୁଦ୍ର ପତନରୁ ୧୧ ହଜାର ଫୁଟ୍ ଉପରେ ତିଆରି କରାଯାଇଛି । ଏହା ଖେଳୋ ଇଣ୍ଡିଆ ସ୍ପୋର୍ଟସ ଇନଫ୍ରାଷ୍ଟ୍ରକଚରର ଏକ ଅଂଶ ।

wp:html /wp:html

ଦର୍ଶକଙ୍କ ମନମୋହୁଛି ପ୍ରାକୃତିକ ପରିବେଷରେ ଥିବା ଷ୍ଟାଡିୟମର ଏହି ମନଲୋଭା ଫଟୋ । ସରକାର ଖେଳୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଲୋକଙ୍କ ପାଇଁ ବିଭିନ୍ନ ଖେଳ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରିଛନ୍ତି । ଏହି ଷ୍ଟାଡିୟମର ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଏହା ଖୋଲାଯିବ। ଗତ ବର୍ଷ ସେପ୍ଟମ୍ୱରରେ ରାଜ୍ୟରେ ଫୁଟବଲ ପାଇଁ ସିନ୍ଥେଟିକ୍ ଟ୍ରାକ ଏବଂ ଏଷ୍ଟ୍ରୋଟର୍ଫ ସହ ଅନ୍ୟ ଖେଳ ସୁବିଧା ପାଇଁ  ପୂର୍ବତନ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜୁ ଏହାର ଶିଳାନ୍ୟାସ କରିଥିଲେ।  

ପ୍ସିତୁକ ବାସିନ୍ଦା ଏବଂ ଫୁଟବଲରେ ନିଜର କ୍ୟାରିୟର ଗଢିବାକୁ ଲକ୍ଷ୍ୟ ରଖିଥିବା ଖେଳାଳିଙ୍କ ପାଇଁ ଏହି ଷ୍ଟାଡିୟମ କୌଣସି ସ୍ୱପ୍ନ ପୂରଣଠାରୁ କମ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.