ଜେଲରେ କରୋନା ପାଇଁ କାହାକୁ ଭେଟିବେ ନାହିଁ ରୋନାଲ୍ଡିନୋ, ଜାଲ୍ ପାସପୋର୍ଟ ଅଭିଯୋଗରେ ହୋଇଛନ୍ତି ଗିରଫ

Published By : Prameya-News7 Bureau | March 25, 2020 IST

ପାରାଗୁଏ, ୨୫୦୩:  ନକଲି ପାସପୋର୍ଟରେ ପାରାଗୁଏରେ ପ୍ରବେଶ କରିବା ପରେ ଗିରଫ ହୋଇଥିବା ବ୍ରାଜିଲର ଫୁଟବଲ ଖେଳାଳି ରୋନାଲ୍ଡିନୋ ଏବଂ ତାଙ୍କ ଭାଇ ରବର୍ଟ ଏସିସଙ୍କୁ ଜେଲରେ କାହାକୁ ଭେଟିବାକୁ ଦିଆଯିବ ନାହିଁ। କରୋନା ଭାଇରସରକୁ ରୋକିବା ପାଇଁ ଜେଲ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

{"id":243738,"width":751,"height":445,"sizeSlug":"large"}

ଖବର ଅନୁଯାୟୀ, ରୋନାଲ୍ଡିନୋ ଏବଂ ତାଙ୍କ ଭାଇ ଏସିସ୍ ମାର୍ଚ୍ଚ ୬ ତାରିଖରୁ ଜଲରେ ବନ୍ଦୀ ହୋଇ ରହିଛନ୍ତି । ୩୯ ବର୍ଷିୟ ରୋନାଲ୍ଡିନୋ ଏବଂ ତାଙ୍କ ଭାଇ ଏସିସଙ୍କ ବିରୋଧରେ ଜାଲ୍ ପାସପୋର୍ଟରେ ପାରାଗୁଏରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା।

{"id":243740,"width":747,"height":497,"sizeSlug":"large"}

କରୋନା ଭାଇରସକୁ ରୋକିବା ପାଇଁ ପାରାଗୁଏ ଜେଲର ଅଧିକାରୀ ଜେଲର ଅନ୍ତେବାସୀଙ୍କୁ କଡା ସୁରକ୍ଷା ବଳୟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଲକୁ ଆସୁଥିବା ସମସ୍ତଙ୍କୁ ଗ୍ଲୋଭସ୍ ଏବଂ ମାସ୍କ ପିନ୍ଧିବାକୁ ପଡିବ ଓ କଏଦୀମାନଙ୍କ ସ୍ୱାସ୍ଥ୍ୟ ପ୍ରତିଦିନ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.