ଫୁଟ୍‌ବଲ ମ୍ୟାଚ୍ ଫିକ୍ସିଂ ମାମଲା; ତଦନ୍ତକୁ ଜୋରଦାର କଲା ସିବିଆଇ, ଦିଲ୍ଲୀର ବିଭିନ୍ନ କ୍ଲବରେ ଛାନଭିନ୍

Published By : Prameya-News7 Bureau | November 21, 2022 IST

ନୂଆଦିଲ୍ଲୀ: ଫୁଟ୍‌ବଲ ମ୍ୟାଚ୍ ଫିକ୍ସିଂ ମାମଲାରେ ତଦନ୍ତକୁ ଜୋରଦାର କଲା ସିବିଆଇ । ଏହା ପୂର୍ବରୁ ସିବିଆଇ ଟିମ୍ ଦିଲ୍ଲୀରେ ବିଭିନ୍ନ କ୍ଲବରେ ତଦନ୍ତ କରିଥିଲା । ଦିଲ୍ଲୀର ଅଖିଲ ଭାରତୀୟ ଫୁଟବଲ୍ ମହାସଂଘର ବିଭିନ୍ନ କ୍ଲବରେ କାଗଜ ପତ୍ର ଯାଞ୍ଚ କରିଛି । ମ୍ୟାଚ୍‌ରେ ମିଳୁଥିବା ଅନୁଦାନ ଓ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ଖର୍ଚ୍ଚର ହିସାବ କରିଛି ସିବିଆଇ । ତେବେ ଏଥିରେ ଜଣେ ଫିକ୍ସରଙ୍କ ଭୂମିକା ସାମ୍ନାକୁ ଆସିଛି ।

ଫୁଟ୍‌ବଲ ମ୍ୟାଚ୍ ଫିକ୍ସିଂ ମାମଲାରେ ସିବିଆଇ ପକ୍ଷରୁ କୌଣସି ସଠିକ୍ ସୂଚନା ମିଳିନାହିଁ । ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଥିବାରୁ ଫୁଟ୍‌ବଲ କ୍ଲବ୍‌ଙ୍କ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ ମୁହଁ ଖୋଲି ନାହାନ୍ତି ସିବିଆଇ ଅଧିକାରୀ । ସୂଚନା ଅନୁଯାୟୀ, ଫୁଟ୍‌ବଲ କ୍ଲବ୍‌ରେ ଅର୍ଥ ହେରଫେର୍‌ର କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଏଜେନ୍ସି ହାତରେ ଲାଗିଛି । କ୍ଲବ୍ ଗୁଡ଼ିକୁ ସହଯୋଗ କରିବା ଅନୁରୋଧ କରିଛି ସିବିଆଇ । ଅନ୍ୟପଟେ ଏବେ ପ୍ରାରମ୍ଭିକ ଯାଞ୍ଚ ଚାଲୁଥିବାରୁ ଛାନବିନ୍ ଓ କାହାକୁ ପଚରାଉଚରା କିମ୍ବା ଗିରଫ କରାଯାଇପାରିବ ନାହିଁ ବୋଲି ସିବିଆଇ ଅଧିକାରୀ କହିଛନ୍ତି । ଫୁଟ୍‌ବଲ ମ୍ୟାଚ୍ ଫିକ୍ସି ମାମଲାର ତଦନ୍ତ ଆରମ୍ଭ ହେବା ପରେ ବିଭିନ୍ନ ଫୁଟ୍‌ବଲ୍ କ୍ଲବଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.