ବାରବାଟି ଫୁଟବଲ୍ ଚାମ୍ପିୟନ୍‌ସିପ୍‌କୁ ପ୍ରଂଶସା କଲେ ବାଇଚୁଙ୍ଗ ଭୂତିଆ, କହିଲେ ଏହା ପ୍ରତିଭାମାନ ଆଦିବାସୀ ଫୁଟବଲରଙ୍କୁ ପରିଚୟ ଦେବ

Published By : Prameya-News7 Bureau | March 05, 2020 IST

କଟକ ୦୫।୦୩: ଫୁଟବଲ୍‌ ମାଧ୍ୟମରେ ଜନଜାତିର ଲୋକ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପ୍ରୟାସ । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି ଫୁଟବଲ ଚାମ୍ପିୟନସିପ୍‌ । ଏପରି ଫୁଟବଲ ଚାମ୍ପିଅନସିପ୍ ଲୋକଲୋଚନକୁ ଆସିପାରୁନଥିବା ଅନେକ ପ୍ରତିଭାବାନ ଆଦିବାସୀ ଖେଳାଳୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫୁଟବଲ ତାରକା ବାଇଚୁଙ୍ଗ ଭୂତିଆ।

{"id":233436,"sizeSlug":"large"}

ସେହିଭଳି ପ୍ରତିଭାବାନ ଆଦିବାସୀ ଖେଳାଳୀଙ୍କୁ ଆଗକୁ ଆଣିବା ପାଇଁ ଆଦିବାସୀ ମନ୍ତ୍ରାଳୟ ଓ ଫୁଟବଲ ଆସୋସିଏସନ ଅଫ୍ ଓଡିଶା ବା ଫାଓ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହେବ ବୋଲି ଫାଓ ସମ୍ପାଦକ ସୂଚନା ଦେଇଛନ୍ତି ।

{"id":233438,"sizeSlug":"large"}

ପାରମ୍ପରିକ ନାଚଗୀତ ଆଦିବାସୀ ସଂସ୍କୃତର ଏକ ଝଲକ । ଆଉ ଏଭଳି ନାଚଗୀତ ସହ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି ଆଦିବାସୀ ଫୁଟବଲ ଚାମ୍ପିୟନସିପ୍‌ । ଆଦିବାସୀ ମାନଙ୍କୁ ସମାଜର ଆଗଧାଡିକୁ ଆଣିବାକୁ  ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୧୦ଟି ଜିଲ୍ଲାର ଆଦିବାସୀ ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିଲା ସୋସିଆଲ ଡେପଲଭମେଣ୍ଟ କାଉନସିଲ ଫୁଟଵଲ ଚାମ୍ପିଅନସିପ୍  । ଏହି ଫାଇନାଲ ମ୍ୟାଚରେ ମହିଳା ଓ ପୁରୁଷ ବର୍ଗରେ ସୁନ୍ଦରଗଡ ଚାମ୍ପିଅନ୍ ହୋଇଛି। ଏପରି ଆୟୋଜନ ନୂଆ ପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ଆଣିବାରେ ସହାୟକ ହେବ ବୋଲି ଫୁଟବଲ ଫାଇନାଲରେ ଅତିଥି ଭାବେ ଭାଗ ନେଇଥିବା ପ୍ରସିଦ୍ଧ ଫୁଟବଲ ତାରକା ବାଇଚୁଙ୍ଗ ଭୂତିଆ କହିଛନ୍ତି । ସେପଟେ ପ୍ରତିଭାବାନ୍ ଆଦିବାସୀ ଖେଳାଳୀଙ୍କୁ ଆଗକୁ ଆଣିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ଫାଓ ପକ୍ଷରୁ କୁହାଯାଇଛି।

{"id":233439,"sizeSlug":"large"}

ଫୁଟବଲ ଚାମ୍ପିୟନସିପ୍‌ର ଉଦଯାପନୀ ଉତ୍ସବରେ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ବାରବାଟୀ ରେ ଚାଲିଥିବା ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଉତ୍ସବ ‘ଡଙ୍ଗର ନାଚ’ ମଧ୍ୟ ଉଦଯାପିତ ହୋଇଛି। ଏହି ଅବସରରେ ବିଭିନ୍ନ ଜିଲ୍ଲାର ପାରମ୍ପାରିକ ଆଦିବାସୀ ନାଚ ଗୀତ ଦେଖିବାକୁ ମିଳିଥିଲା। ବାରବାଟୀ ରେ ଆୟୋଜିତ ଏହି ଉତ୍ସବରେ କ୍ରୀଡାମନ୍ତ୍ରୀ,ସଂସ୍କୃତି ମନ୍ତ୍ରୀ ଓ ଆଦିବାସୀ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ।

{"id":233441,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.