ଅଲ୍ ଇଣ୍ଡିଆ ଏକରାମୂଲ ହକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଗୋପାଳପୁର କଟକକୁ ହରାଇଲା ପପୁଲାର ଟିମ୍ ଢେଙ୍କାନାଳ
13/03/2023 at 8:58 AM

ଭଦ୍ରକ ୧୩।୦୩ : ଭଦ୍ରକ ପୁରୁଣାବଜାର ଠାରେ ଆୟୋଜିତ ହେଉଛି ଅଲ୍ ଇଣ୍ଡିଆ ଏକରାମୂଲ ହକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସ୍ଥାନୀୟ ମହାବୀର ପଡିଆ ଠାରେ ଆୟୋଜିତ ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି ।

ତେବେ ରାଜ୍ୟରୁ ୬ଟି ଟିମ୍ ଭାଗ ନେଇଥିବା ବେଳେ ରାଜ୍ୟ ବାହାରୁ ୨ଟି ଅଂଶଗ୍ରହଣ କରିଛନ୍ତି । ଖଡଗପୁର ଓ ପଶ୍ଚିମବଙ୍ଗ ଟିମ୍ ଏଥିରେ ଭାଗ ନେଇଛନ୍ତି । ଚତୁର୍ଥ ଦିନରେ ଅଚିଭର ଟିମ୍ ଗୋପାଳପୁର କଟକ ଓ ପପୁଲାର ଟିମ୍ ଢେଙ୍କାନାଳ ମଧ୍ୟରେ ଆୟୋଜିତ ହୋଇଥିଲା । ଏହି ମ୍ୟାଚ୍ରେ ପପୁଲାର ଟିମ୍ ବିଜୟ ହୋଇଛନ୍ତି । ଭଦ୍ରକ ପୌରାଧକ୍ଷା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023