ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବିଳମ୍ବରେ ଖାଦ୍ୟ ପହଞ୍ଚାଇଲେ ମୂଲ୍ୟ କାଟ କରିବ ଜମାଟୋ ! ଗ୍ରାହକଙ୍କ ପାଇଁ ନୂଆ ବିକଳ୍ପ ଆଣୁଛି କି କମ୍ପାନୀ ?

5/10/2022 at 5:59 PM

ନୂଆଦିଲ୍ଲୀ: ଅନ୍‌ଲାଇନରେ ଖାଦ୍ୟ ମଗାଇବା ବେଳେ ଅନେକ ସମୟରେ ଫୁଡ୍ ଡେଲିଭରି ବିଳମ୍ବ ହେଉଛି। ଏଥିପାଇଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। କମ୍ପାନୀ ଖାଦ୍ୟ ପାଇଁ ଉଚିତ୍‌ ମୂଲ୍ୟ ନେଉଥିଲେ ବି କାହିଁକି ବିଳମ୍ବରେ ଖାଦ୍ୟ ପହଞ୍ଚିବ ତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି।

ଏହି ସମସ୍ୟାର ସମାଧାନ ପାଇଁ ଏକ ନୂଆ ବ୍ୟବସ୍ଥା ଆଣୁଛି ଅନ୍‌ଲାଇନ୍ ଖାଦ୍ୟ ବିତରକ କମ୍ପାନୀ ଜମାଟୋ। ବିଳମ୍ବର ଖାଦ୍ୟ ପହଞ୍ଚିଲେ ଖାଦ୍ୟ ମୂଲ୍ୟରେ କାଟ୍ କରିବା ପାଇଁ କମ୍ପାନୀ ଏକ ବିକଳ୍ପ ଆଣୁଥିବା କୁହାଯାଉଛି। ବର୍ତ୍ତମାନ ବିକଳ୍ପର ପରୀକ୍ଷଣ କରାଯାଉଛି। ଏହା କୃତକାର୍ଯ୍ୟ ହେଲେ କମ୍ପାନୀ ଏହି ବିକଳ୍ପକୁ ଗ୍ରାହକଙ୍କ ପାଇଁ ଲାଗୁ କରିବା ବୋଲି ସୂଚନା ମିଳିଛି। ଏକ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ଜମାଟୋ ଆପ୍‌ରେ ଏନେଇ ଏକ ବିକଳ୍ପ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ କମ୍ପାନୀ ୧୫ ମିନିଟ୍‌ରେ ଖାଦ୍ୟ ପହଞ୍ଚାଇବା ପାଇଁ ସମୟ ଦେଇଛି। ବିଳମ୍ବ ହେଲେ ୯ ଟଙ୍କା ଫେରାଇବାକୁ ମଧ୍ୟ ଆପ୍‌ରେ କୁହାଯାଇଛି। ତେବେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ସେହି ଅଫର ଥିଲା ନା ଜମାଟୋ ଏନେଇ ଏକ ନୂଆ ଅପସନ ଉପରେ କାମ କରୁଛି ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଫିଚରର କାର୍ଯ୍ୟକାରିତା ନେଇ ଜମାଟୋ କମ୍ପାନୀ ସହିତ ସମ୍ପର୍କ କରାଯାଇଥିଲା। ହେଲେ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।   

ଭାରତରେ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କରୁଥିବା କମ୍ପାନୀ ଜମାଟୋ ଓ ସ୍ୱିଗୀ ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ବିତରକ କମ୍ପାନୀ ବୋଲି କାନାଡ଼ାର ଏକ ଏନ୍‌ଜିଓ ଗବେଷଣା ରିପୋର୍ଟରେ ପ୍ରକାଶ କରିଛି। କିନ୍ତୁ ଏହି ଦୁଇ କମ୍ପାନୀ ଅଫ୍‌ଲାଇନ୍ ଅପେକ୍ଷା ଅଧିକ ଡେଲିଭର ଚାର୍ଜ ନେଉଛନ୍ତି ବୋଲି ଅଭିଯୋଗ ହେଉଛି।

ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରି କମ୍ପାନୀର ଟପ୍‌ ଟେନ୍ ତାଲିକାରେ ସ୍ୱିଗୀ ୯ମ ସ୍ଥାନରେ ଥିବା ବେଳେ ଜମାଟୋ ଗୋଟିଏ ସ୍ଥାନ ପଛକୁ ଅର୍ଥାତ ୧୦ମ ସ୍ଥାନରେ ରହିଛି।  

   Related Posts