ବାଲିଯାତ୍ରାରେ ସିଏମ୍‌ସି ଓ ଫୁଡ ସେଫ୍ଟି ବିଭାଗର ରେଡ୍, ଫିଙ୍ଗାଗଲା ପୁଳା ପୁଳା ଖାଦ୍ୟ

Published By : Prameya-News7 Bureau | November 10, 2022 IST

କଟକ ୧୦/୧୧: ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ଜାରି ରହିଛି ପ୍ରଶାସନର ପ୍ରୟାସ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି । ସିଏମ୍‌ସି ଓ ଫୁଡ ସେଫ୍ଟି ଵିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି ।

ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । କେଵଳ ମତ୍ସ୍ୟ ଵିଭାଗ ଷ୍ଟଲରୁ ଲକ୍ଷ ଲକ୍ଷ ଟଙ୍କାର ଦୂଷିତ ଖାଦ୍ୟ ଜଵତ ହୋଇଛି । ଆଗକୁ ମଧ୍ୟ ଏହି ରେଡ୍ ଜାରି ରହିବ ବୋଲି କୁହାଯାଉଛି । ଦରକାର ପଡିଲେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

ସୂଚନା ଥାଉକି, ଗତ ୮ ତାରିଖରୁ ଆରମ୍ଭରୁ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୨ ବର୍ଷ ପରେ ଆରମ୍ଭ ହୋଇଥିବା କଟକ ବାଲିଯାତ୍ରାରେ ଲାଗୁଛି ଭିଡ । ଗତ ୨ ବର୍ଷ ଧରି କରୋନା କାରଣରୁ ବାଲିଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଉଠିଥିବାରୁ ପ୍ରବଳ ଗହଳି ହେଉଛି । ଏଥର ବାଲିଯାତ୍ରାରେ ୧୪୦୦ ରୁ ଅଧିକ ଷ୍ଟଲ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.