ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ଉ; ଗୁଟଖା ଓ ତମାଖୁ ଜବତ
28/12/2022 at 7:10 PM

ବୌଦ୍ଧ ୨୮/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମୁଖ୍ୟ ବଜାରର ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ଉ ହୋଇଛି। ବ୍ୟାପକ ଗୁଟୁକା ଓ ପତି ଜବତ। ଖବର ଅନୁସାରେ, ବୁଧବାର ବୌଦ୍ଧ ଜିଲ୍ଲା ଖାଦ୍ୟସୁରକ୍ଷା ବିଭାଗ ହଠାତ ଆସି ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରିଛି।
ଚଢ଼ଉ ବେଳେ ଦୋକାନ ଗୁଡିକରୁ ବ୍ୟାପକ ଗୁଟୁକା ତମାଖୁ ଓ ପତି ଜବତ ହୋଇଛି। ସମ୍ପୁକ୍ତ ଦୋକାନୀମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ ହୋଇଇଛି। ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ଜଣାଇଛନ୍ତି। ଏହି ଚଢ଼ାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ, ଜନସ୍ଵାସ୍ଥ୍ୟ ଅଧିକାରୀ ଆଲୋକ ମିଶ୍ର ଓ ପୁରୁଣାକଟକ ପୋଲିସ ସହଯୋଗ କରିଥିଲେ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023