LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଣିରେ ପଡିଗଲା ଦାମୀ ଫୋନ୍, ଡ୍ୟାମ୍ ଶୁଖାଇଦେଲେ ଅଫିସର

26/05/2023 at 3:39 PM


ନୂଆଦିଲ୍ଲୀ ୨୬/୦୫; ରବିବାର ସାପ୍ତାହିକ ଛୁଟି । ଛୁଟି କାଟିବାକୁ ଡ୍ୟାମ୍ ଯାଇଥିଲେ ଫୁଡ୍ ଇନସ୍ପେକ୍ଟର। ବୁଲାବୁଲି ମଜାମସ୍ତି ଚାଲିଥିଲା। ସେଲ୍ଫି ନେବା ସମୟରେ ହାତରୁ ଗଳି ପଡିଲା ଫୋନ୍। ୧୫ ଫୁଟ୍ ତଳକୁ। ତା ପରେ ଅଫିସରଙ୍କ ମୁଣ୍ଡ ବାଉଳା। ଦାମୀ ଫୋନ୍ ହାତରୁ ଗଲାପରେ ସେ ଫୋନ୍ ପାଇବାକୁ ଅନେକ ଚେଷ୍ଟାକଲେ। ଶେଷରେ ନିଷ୍ପତ୍ତି ନେଲେ ଡ୍ୟାମ୍ ଶୁଖାଇବାକୁ । ପାଣିରୁ ଫୋନ୍ ଆଣିବା ପାଇଁ ଭୁଲିଗଲେ ଖରାର ତାତି । ମନରୁ ପାଶୋରି ଦେଲେ ଏହି ସମୟରେ ପାଣିର ଗୁରୁତ୍ବ କେତେ । ୨୪ ଘଣ୍ଟାରୁ ଅଧିକ ସମୟ ଧରି ବାହାରକରାଗଲା ପାଣି । ଏତିକି ପାଣିରେ ପ୍ରାୟ ଦେଢ ଏକର ଜମିରେ ଜଳସେଚନ ହୋଇପାରିଥାନ୍ତା ।

ଛତିଶଗଡ ପଙ୍କଜଜୁରରେ ଘଟିଛି ଏଭଳି ଘଟଣା। ଜଣେ ଫୁଡ୍ ଇନସ୍ପେକ୍ଟର ରବିବାର ଦିନ ଛୁଟି କାଟିବା ପାଇଁ କୋୟଲିବେଡାର ଖେରକଟ୍ଟା ପରଲକୋଟ ଡ୍ୟାମ୍ ଯାଇଥିଲେ। ବୁଲାବୁଲି କରିବା ସମୟରେ ହାତରୁ ଫୋନ୍ଟି ଖସି ପାଣିରେ ପଡିଗଲା। ତେବେ ଦାମୀ ଫୋନ୍ ପଡିଯିବା ଦୁଃଖରେ ଅଫିସର ବାବୁ ଡ୍ୟାମ୍ରୁ ପାଣି ନିଷ୍କାସନ କରିବାର ପ୍ରସ୍ତୁତି କଲେ। ଅଧିକାରୀ ପ୍ରଥମେ ମୋବାଇଲ୍ ଖୋଜିବା ପାଇଁ ନିକଟସ୍ଥ ଗ୍ରାମବାସୀଙ୍କୁ ନିୟୋଜିତ କରିଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଶେଷରେ ସେ ପାଣି ନଷ୍କାସନର ପଦକ୍ଷେପ ନେଲେ। ଜଳସେଚନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସେ ପମ୍ପ ଲଗାଇ ଡ୍ୟାମରୁ ପାଣି ବାହାର କରିଥିଲେ।

୨୪ଘଣ୍ଟାରୁ ଅଧିକ ସମୟ ଧରି ଲାଗିଥିଲା ଜଳ ନିଷ୍କାସନ କାର୍ଯ୍ୟ। ଏତେ ସବୁ ପରିଶ୍ରମ ପରେ ଫୋନ୍ ମିଳିଲା କିନ୍ତୁ ପାଣିରେ ପଡିବା ଦ୍ବାରା ଫୋନ୍ଟି ନଷ୍ଟ ହୋଇଯାଇଥିଲା। ଆକଳନ ଅନୁଯାୟୀ ପ୍ରାୟ ୨୧ ଲକ୍ଷ ଲିଟର ଜଳ ନିଷ୍କାସନ ହୋଇଛି। ଏବେ ପ୍ରଶ୍ନ ଉଠୁଛି ଯେ ଅଧିକାରୀଙ୍କ ମୋବାଇଲର ମୂଲ୍ୟ କଣ ଏତେ ଅଧିକ ଯେ ଅଧିକାରୀ ସେ ଗ୍ରାଷ୍ମରେ ପାଣିର ଗୁରୁତ୍ବ ଭୂଲିଗଲେ। ଏବଂ ଏଭଳି ପଦକ୍ଷେପ ପାଇଁ  ଜଳସେଚନ ବିଭାଗ ଅନୁମତି ଦେଲେ କେମିତି। ତେବେ ଏଭଳି ପଦକ୍ଷେପ ପାଇଁ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛ।

   Related Posts