ମହାବିନାୟକ ପରିସରରେ ମାଙ୍କଡ଼ ଓ ବୁଲା ଗାଈଗୋରୁଙ୍କୁ ଦିଆଗଲା ଶୁଖିଲା ଖାଦ୍ୟ

Published By : Prameya-News7 Bureau | July 13, 2021 IST

ଚଣ୍ଡିଖୋଲ ୧୩/୦୭ : କରୋନା ମହାମାରୀ ରେ ଲକଡାଉନ ସଟଡାଉନ ଯୋଗୁଁ ସମସ୍ତ ମନ୍ଦିର ବନ୍ଦ ରହିଛି । ଯେଉଁଥିପାଇଁ ମନ୍ଦିର ପ୍ରାଙ୍ଗଣରେ ରହୁଥିବା ମାଙ୍କଡ଼, ବୁଲା ଗାଈଗୋରୁ ବେଶ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ପରିସରରେ ଥିବା ମାଙ୍କଡ଼ ଓ ବୁଲା ଗାଈଗୋରୁଙ୍କୁ ରାମକୋ କମ୍ପାନୀ ର କର୍ମକର୍ତା ଶୁଖିଲା ଖାଦ୍ୟ ଖାଇବାକୁ ଦେଇଛନ୍ତି । ଏଥିରେ ଯାଜପୁର ଜିଲ୍ଲା କିନ୍ନର ସଙ୍ଘ ର କର୍ମକର୍ତା, ଧର୍ମଶାଳା ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପ୍ରଦାନ କରିଛନ୍ତି । ମଣିଷ ସମାଜ ସହ କେଉଁଭଳି ଭାବେ ଜୀବ ଜଗତ ବଞ୍ଚି ରହିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କର୍ମକର୍ତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.