ଢେଙ୍କାନାଳ ଗସ୍ତ କରି ଖାଦ୍ୟ ସୁରକ୍ଷା ଯୋଜନାର ସ୍ଥିତି ପରଖିଲେ ଫୁଡ୍‌ କମିଶନର, ଜିଲ୍ଲାପାଳଙ୍କ ସହ କଲେ ବୈଠକ

Published By : Prameya-News7 Bureau | August 25, 2021 IST

ଢେଙ୍କାନାଳ, ୨୫/୦୮: ଫୁଡ କମିଶନର ପ୍ରମୋଦ କୁମାର ମରକ୍ୟାପ ଦିନିକିଆ ଗସ୍ତରେ ଢେଙ୍କାନାଳ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାପାଳ କମିଶନରଙ୍କୁ ସ୍ୱାଗତ କରିଥିଲେ । ପରେ କମିଶନର କାମାକ୍ଷାନଗର ଉପଖଣ୍ଡ ଗସ୍ତ କରି ରାଏନରସିଂହପୂରଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରିଙ୍କୁ ପଚାରି ବୁଝିବା ସହ ଖାଦ୍ୟର ମାନ ମଧ୍ୟ ପରଖିଥିଲେ।

ଏହା ପରେ ମହୁଲି, ଆଲୁଅଝରଣ, ଦଧିଖାଇ ଠାରେ ମିଶନଶକ୍ତି ଓ ମୋ ବଗିଚା ମାଧ୍ୟମରେ ଲୋକମାନଙ୍କୁ ଯୋଗାଇ ଦିଆଯାଇଥିବା ଋଣ ସାହାଯ୍ୟରେ କରିଥିବା ଛତୁଚାଷ, ମକ୍କାଚାଷ ଗୁଡିକୁ କମିଶନର ବୁଲି ଦେଖିବା ସହ ଉତ୍ପାଦନ, ମକ୍କାର ବଜାରରେ କିପରି ସୁବିଧାରେ ବିକ୍ରି ହୋଇପାରିବ ସେ ବ୍ୟବସ୍ଥା କରିବା ନେଈ ଆଲୋଚନା ମଧ୍ୟ କରିଥିଲେ । ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦିଆଯାଉଥିବା ଖାଦ୍ୟର ସ୍ଥିତି ପରଖିଥିଲେ ।

ପରେ ଜିଲ୍ଲାର ପଦାଧିକାରୀଙ୍କୁ ନେଇ ଜିଲ୍ଲା ସଭାଗୃହରେ ଖାଦ୍ୟ ସୁରକ୍ଷା ଯୋଜନାର ସ୍ଥିତି ସମୀକ୍ଷା କରିଥିଲେ । କମିଶନଙ୍କ ଏହି ଗ୍ରସ୍ତ ସମୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠି, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ, ସରପଞ୍ଚ, ଯୋଗାଣ ଅଧିକାରୀ ଏବଂ ସିଡିପିଓଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.