ଆପଣଙ୍କ ପାନ୍ କାର୍ଡ ନକଲି ନୁହେଁ ତ ? ଘରେ ବସି ନିଜେ ପତା କରନ୍ତୁ
9/11/2020 at 6:05 PM

ନୂଆଦିଲ୍ଲୀ ୦୯/୧୧ : ଭାରତରେ ପାନ କାର୍ଡ ଏକ ଗୁରୁତ୍ତ୍ୱପୂର୍ଣ ଡକୁମେଣ୍ଟ। ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ପାନ କାର୍ଡ ଅନିବାର୍ଯ୍ୟ। ବ୍ୟାଙ୍କ ଖାତା ଖୋଲିବାଠୁ ଆରମ୍ଭ କରି ଆୟକର ରିଟର୍ନ ଫାଇଲ କରିବା ପାଇଁ ପାନ୍ କାର୍ଡ ଆବଶ୍ୟକ। ୧୮ ବର୍ଷରୁ ଅଧିକ ବୟସ ଲୋକେ ପାନ୍ କାର୍ଡ କରିବା ଜରୁରୀ। ବର୍ତ୍ତମାନ ସମୟରେ ଅନଲାଇନ ଠକେଇ ମାମଲା ବଢିଚାଲିଛି। ଏହିଭଳି ସ୍ଥିତିରେ ପାନ୍ କାର୍ଡ ମଧ୍ୟ ନକଲି ହେବାର ସମ୍ଭାବନା ରହିଛି। ନକଲି ପାନ୍ କାର୍ଡ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି। ଏହିଭଳି ସ୍ଥିତିରେ ଆପଣ ଘରେ ବସି ପତା କରିପାରିବେ ପାନ୍ କାର୍ଡ ଅସଲି ନା ନକଲି।
ପାନ କାର୍ଡ ଅସଲି ନା ନକଲି ନିଜେ ଚେକ୍ କରିପାରିବେ :
– ଆୟକର ବିଭାଗ ଇ-ଫାଇଲିଂ ପୋର୍ଟାଲ www.incometaxindiaefiling.gov.in ଯାଆନ୍ତୁ
– ହୋମ ପେଜରେ Verify Your PAN Details ଅପ୍ସନ ଆସିବ, ଏଥିରେ କ୍ଲିକ କରନ୍ତୁ
– ନୂଆ ପେଜରେ ନିଜର ନାମ, ଠିକଣା, ପାନ ନମ୍ବର ଦେବାକୁ ପଡ଼ିବ
– ସମସ୍ତ ତଥ୍ୟ ଦେବାପରେ ପୋର୍ଟାଲରେ ମେସେଜ ଆସିବ ଯେ ଆପଣ ଦେଇଥିବା ତଥ୍ୟ ଠିକ ନା ଭୁଲ
– ଆପଣଙ୍କ ପାନ କାର୍ଡ ଆକ୍ଟିଭ ଅଛି ନା ନାହିଁ ତାହା ମଧ୍ୟ ଜାଣିପାରିବେ
– ଏହି ଉପାୟରେ ଆପଣ ସହଜରେ ଜାଣିପାରିବେ ଆପଣଙ୍କ ପାନ୍ କାର୍ଡ ଅସଲି ନା ନକଲି
ଘରେ ବସି କିଭଳି କରିବେ ପାନ୍ କାର୍ଡ :
ପାନ କାର୍ଡ ଆବେଦନ କରିବାକୁ NSDL କିମ୍ବା UTIITSL ୱେବସାଇଟକୁ ଯାଆନ୍ତୁ। ଅନଲାଇନ୍ ସହ ଅଫଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ପରିଚୟ ପତ୍ର, ଘର ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ।
ପାନ କାର୍ଡ କରିବାକୁ ଅନଲାଇନରେ ଏହିଭଳି କରନ୍ତୁ ଆବେଦନ :
ନୂଆ ପାନ କାର୍ଡ କରିବାକୁ NDSL ସାଇଟକୁ ଯାଆନ୍ତୁ। ଏହାପରେ ଆପ୍ଲିକେସନ ଟାଇପକୁ ଯାଆନ୍ତୁ। New PAN – Indian Citizen (Form 49A) ରେ କ୍ଲିକ କରନ୍ତୁ। ଏହାପରେ କ୍ୟାଟେଗରୀ ଅପ୍ସନକୁ ଯାଇ ନିଜ କ୍ୟାଟେଗରୀ ବାଛନ୍ତୁ। ସମସ୍ତ ତଥ୍ୟ ଦିଅନ୍ତୁ। ଏହାପରେ କେପଚା କୋଡ୍ ପକାଇ ସବମିଟ୍ କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ୍ ଆସିବ। ଏହାପରେ Continue with the PAN Application Form ରେ କ୍ଲିକ କରନ୍ତୁ। ଏହାପରେ ନିଜର ଡିଜିଟାଲ୍ ଇ-କେୱାଇସି ଜମା କରନ୍ତୁ। ଫର୍ମର ଅନ୍ୟପଟେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ। ଏହାପରେ ନିଜର ଏରିଆ କୋଡ଼, AO ଟାଇପ ଓ ଅନ୍ୟ ଡିଟେଲ ଦିଅନ୍ତୁ। ଏହାପରେ ପ୍ରୋସିଡରେ କ୍ଲିକ କରନ୍ତୁ।