ଭୁବନେଶ୍ବର ୨୫|୧: କଲବଲ କଲାଣି କୁହୁଡି । ଗତ ୫ଦିନ ଭଳି ଆଜି ବି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଜନଜୀବନ ଅସ୍ତବ୍ୟସ୍ତ । ରାତି ୧୧ଟା ବେଳକୁ କୁହୁଡି ମାଡି ଆସୁଛି ଯେ ସକାଳ ୯ଟା ଯାଏ ଛାଡୁନି । ରାସ୍ତାଘାଟ ଦେଖା ଯାଉନି । ଘରୁ ଗାଡି ବାହାର କରିବାକୁ ବି ଭୟ ଲାଗୁଛି । କାରଣ ରାସ୍ତାର ୫୦ ମିଟର ପର୍ଯ୍ୟନ୍ତ ଦେଖା ଯାଉନି । ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହେଉଛି । ତେବେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କୁହୁଡିଲାଗିରହିବ । ଅନ୍ୟପଟେ ୨୬ ଏବଂ ୨୭ ତାରିଖରେ ଆଭ୍ୟନ୍ତରିଣ ଓଡ଼ିଶାରେ ଅନକ ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପାଗ ବିଭାଗ ପୂର୍ବାନୁମାନ କରିଛି ।
ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା, ଦଳ ଆଗକୁ ଆ...
