ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

କୁହୁଡିର ଚାଦରରେ ୯ ଜିଲ୍ଲା, ୧୨ରୁ କମିବ ଶୀତ, ପଶ୍ଚିମ ଓଡିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା

10/12/2020 at 8:05 AM

ଭୁବନେଶ୍ୱର ୧୦/୧୨: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତ ଧିରେଧିରେ କମିବ। ତେବେ ଗୁରୁବାର ବୌଦ୍ଧ, ବରଗଡ଼, କନ୍ଧମାଳ, କଟକ, ରାୟଗଡ଼ା,ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ଏନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟରେ ଆସନ୍ତା ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେଣୁ ଶୀତ କମିବ। ବୁଧବାର କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ରହିଥିଲା । କିନ୍ତୁ ଏହି ବଳୟ ଆସନ୍ତା ୭ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ସେ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ ୧୨ରୁ ୧୪ ତାରିଖ ମଧ୍ୟରେ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବାବେଳେ ସୁନ୍ଦରଗଡ଼ରେ ୨.୫ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୨ରୁ ୧୩ ତାରିଖ ମଧ୍ୟରେ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ୧୨ ତାରିଖ ରାତି କିମ୍ବା ୧୩ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ଗୁରୁବାର ଓ ଶୁକ୍ରବାର ତାପମାତ୍ରା ସାମାନ୍ୟ କମିବ ।

ଏତତ୍ ବ୍ୟତୀତ, ରାଜ୍ୟର କେତେକାଂଶରେ କୁହୁଡ଼ି ଦେଖାଦେବ । ଜଳାଶୟ ଥିବା ସ୍ଥାନଗୁଡିକରେ ଅଧିକ କୁହୁଡି ରହିବ । ଏନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ।

   Related Posts